Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

କାଲି ଭାରତ ଗସ୍ତରେ ଆସିବେ ଭୁଟାନ ରାଜା

ନୂଆଦିଲ୍ଲୀ- ଭାରତ ଆସିବେ ଭୁଟାନ ରାଜା ଜିଗମେ ଖେସର ନାମଗ୍ୟାଲ ବାଙ୍ଗଚୁକ । ନଭେମ୍ବର 3ରୁ 10 ତାରିଖ ଯାଏ ଭାରତ ଗସ୍ତରେ ରହିବେ ଭୁଟାନ ରାଜା । ତାଙ୍କ ସହିତ ଭୁଟାନର ରାଜ ସରକାରଙ୍କ ବରିଷ୍ଠ ଅଧିକାରୀ ସାମିଲ ହେବେ ।

ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ଭୁଟାନ ରାଜା ନିଜର ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବେ । ବୈଦେଶିକ ମନ୍ତ୍ରୀ ଓ ଭାରତ ସରକାରଙ୍କ ବରିଷ୍ଠ ଅଧିକାରୀ ଭୁଟାନ ରାଜାଙ୍କୁ ସାକ୍ଷାତ କରିବେ । ଭୁଟାନ ରାଜା ଆସାମ ଓ ମହାରାଷ୍ଟ୍ର ରାଜ୍ୟ ମଧ୍ୟ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।
ବୟାନରେ କୁହାଯାଇଛି ଯେ, ଭାରତ ଓ ଭୁଟାନ ମଧ୍ୟରେ ବନ୍ଧୁତା ଓ ସହଯୋଗପୂର୍ଣ୍ଣ ସମ୍ପର୍କ ରହିଛି । ପାରସ୍ପରିକ ବୁଝାମଣା ଓ ବିଶ୍ୱାସ ଏହାର ବିଶେଷତା । ଏହି ଯାତ୍ରା ଦୁଇ ଦେଶକୁ ଦ୍ୱିପାକ୍ଷିକ ସହଯୋଗର ସମୀକ୍ଷା ଓ ବିଭିନ୍ନ କ୍ଷେତ୍ରରେ ଆଦର୍ଶ ଦ୍ୱିପାକ୍ଷିକ ସହଭାଗିତାକୁ ଆଗେଇ ନେବା ପାଇଁ ଏକ ସୁଯୋଗ ପ୍ରଦାନ କରିବ ।

Show More

Related Articles

Back to top button