ଦେଶ ବିଦେଶମୁଖ୍ୟ ଖବରରାଜନୀତି

ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ କାଲି ଶପଥ ଗ୍ରହଣ କରିବେ ଭୂପେନ୍ଦ୍ର ପଟେଲ୍

ଅହମ୍ମଦାବାଦ: ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ଗ୍ରହଣ କରିବେ ଭୂପେନ୍ଦ୍ର ପଟେଲ୍। ଦ୍ୱିତୀୟ ଥର ପାଇଁ ଭୂପେନ୍ଦ୍ର ପଟେଲ୍ ଦାୟିତ୍ୱଗ୍ରହଣ କରିବେ । ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ଦଳର ବହୁ ବରିଷ୍ଠ ନେତାମାନେ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି। ଗତକାଲି ଏନେଇ ବିଜେପି ବିଧାୟକ ଦଳ ବୈଠକ ବସିଥିଲା। ବୈଠକରେ ଭୂପେନ୍ଦ୍ରଙ୍କୁ ଗୁଜରାଟ୍ ମୁଖ୍ୟମନ୍ତ୍ରୀ କରିବା ପାଇଁ ନିଷ୍ପତ୍ତି ଚୁଡ଼ାନ୍ତ ହୋଇଥିଲା ୧୮ ତମ ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ପଟେଲଙ୍କୁ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଶପଥ ପାଠ କରାଇବେ।

ଗାନ୍ଧୀନଗର ସ୍ଥିତ ସଚିବାଳୟ ନିକଟ ହେଲିପ୍ୟାଡ୍ ଗ୍ରାଉଣ୍ଡରେ ଅପରାହ୍ନ ୨ଟାରେ ହେବ ଶପଥ ପାଠ ଉତ୍ସବ। ଚଳିତ ବର୍ଷ ଗୁଜରାଟ ନିର୍ବାଚନରେ ବିଜେପି ରେକର୍ଡ କରିଛି । କଂଗ୍ରେସକୁ ହରାଇ ମହାବିଜୟ ହାତଲ କରିଥିଲା ଦଳ । ବିଜେପିର ଏହି ମହାବିଜୟ ପରେ ପୁଣି ଥରେ ଗୁଜରାଟରେ ଭୂପେନ୍ଦ୍ରଙ୍କ ନେତୃତ୍ୱ ଉପରେ ବିଜେପି ଭରସା ରଖିଛି ।

ଇଂଜିନିୟରରୁ ରାଜନେତା‌ ହୋଇଥିବା ଭୂପେନ୍ଦ୍ର ପଟେଲ ଯୁବାବସ୍ଥାରୁ ଆରଏସଏସ ସହ ଜଡ଼ିତ। ୧୯୯୦ ଦଶକରେ ସେ ରାଜନୀତିର ମୁଖ୍ୟ ଧାରାକୁ ଆସିଥିଲେ। ୨୦୧୭ରେ ସେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ିଥିଲେ। ଭୂପେନ୍ଦ୍ର ପଟେଲଙ୍କୁ ଗୁଜରାଟରେ ବିଜେପିର ନିରବ ସଙ୍କଟମୋଚକ ବିବେଚନା କରାଯାଉଛି। ୬୦ ବର୍ଷୀୟ ଭୂପେନ୍ଦ୍ର ପଟେଲଙ୍କ ଚମତ୍କାର ନିଷ୍ପତ୍ତି ନେବା ଶକ୍ତି ପାଇଁ ସେ ଜଣାଶୁଣା। ମାତ୍ର ଗୋଟିଏ ବର୍ଷ ମଧ୍ୟରେ ସେ ଗୁଜରାଟରେ ବିଜେପିର ଅନେକ ସମସ୍ୟାର ସମାଧାନ କରିଦେଇଛନ୍ତି ଦଳର ଅନେକ ଟାଣୁଆ ବ‌ିଦ୍ରୋହୀଙ୍କୁ ମଧ୍ୟ ସେ ମନାଇବାରେ ସଫଳ ହୋଇଥିଲେ।ଭୂପେନ୍ଦ୍ର ପଟେଲ ହେଉଛନ୍ତି ଗୁଜରାଟର ପଞ୍ଚମ ପଟିଦାର ମୁଖ୍ୟମନ୍ତ୍ରୀ। ସେ ପ୍ରଥମ କଡ଼ଭା ପଟେଲ ଭାବେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ପଟେଲଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ନାହିଁ।

Show More

Related Articles

Back to top button