Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ଚିନ୍ତା ବଢ଼ାଇଲାଣି ‘ଓମିକ୍ରନ୍‌’, ମାସେ ଯାଏ ଭୁବନେଶ୍ୱର ବିମାନବନ୍ଦରରୁ ବିଦେଶକୁ ଉଡିବନି ବିମାନ

ଚିନ୍ତା ବଢାଇଲାଣି କରୋନାର ନୂଆ ଭାରିଆଣ୍ଚ ‘ଓମିକ୍ରନ୍’ । ଓମିକ୍ରନ୍ ନେଇ ବଢିଲାଣି ସତର୍କତା । ଏନେଇ ମାସକ ଯାଏ ଭୁବନେଶ୍ୱର ଅନ୍ତଜାର୍ତୀୟ ବିମାନବନ୍ଦରରୁ ବିଦେଶକୁ କୌଣସି ବିମାନ କରିବନି ଉଡାଣ । ଖାଲି ଦେଶ ଭିତରେ ବା ଅନ୍ତଃରାଜ୍ୟ ବିମାନ ଚଳାଚଳ ହେବ । ଓମିକ୍ରନକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ଥିବା କଟକଣାକୁ ଆଉ ମାସେ ଯାଏ ବଢାଇବାକୁ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି ।

ଭୁବନେଶ୍ୱର ବିମାନବନ୍ଦରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ ବିମାନବନ୍ଦର ପ୍ରାଧିକରଣର ବହୁ ବରିଷ୍ଠ ଅଧିକାରୀ, ଅନ୍ୟ ବିମାନବନ୍ଦରର କର୍ତ୍ତୃପକ୍ଷ, ସ୍ୱାସ୍ଥ୍ୟ ବିଭାଗ, ବିଏମସି ଓ ରାଜ୍ୟ ସରକାରଙ୍କ କିଛି ଅଧିକାରୀ ଉପସ୍ଥିତ ଥିଲେ । ଯେଉଁମାନେ ବିଦେଶରୁ ଆସି ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ କିମ୍ବା ଦେଶର ଅନ୍ୟ କୌଣସି ବିମାନବନ୍ଦରରେ ଓହ୍ଲାଉଛନ୍ତି ସେମାନଙ୍କୁ ସେହି ବିମାନବନ୍ଦରରେ କଡା ଯାଞ୍ଚ କରାଯିବ । ସମସ୍ତଙ୍କୁ ବାଧ୍ୟତାମୂଳକ ଟେଷ୍ଟି ସହ କ୍ୱାରେଣ୍ଟାଇନରେ ରଖିବାକୁ ନିୟମ କରାଯାଇଛି ।

ମାତ୍ର କୌଣସି ଯାତ୍ରୀ ବିଦେଶରୁ ସିଧା ଆସି ଭୁବନେଶ୍ୱରରେ ଓହ୍ଲାଉନଥିବାରୁ କୌଣସି ବିପଦ ନାହିଁ ବୋଲି ବୈଠକରେ ଆଲୋଚନା କରାଯାଇଛି । ଏହାସହିତ ଭୁବନେଶ୍ୱର ବିମାନବନ୍ଦରରେ ବିଭିନ୍ନ କୋଭିଡ ଗାଇଡଲାଇନକୁ କଡାକଡି ଯାଞ୍ଚ କରାଯାଉଛି । ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା ସହ ଅନ୍ୟ ନିୟମକୁ ସମସ୍ତେ ମାନିବାକୁ ବାଧ୍ୟତାମୂଳକ କରାଯାଇଛି ।

Show More

Related Articles

Back to top button