Breaking PLUSଓଡ଼ିଶାମୁଖ୍ୟ ଖବର

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ। କୁଭିତରକନିକା ଜାତୀୟ ଉଦ୍ୟାନରେ ଚଳିତ ବର୍ଷର କୁମ୍ଭୀର ଗଣନା ଶେଷ ହୋଇଛି। ମୋଟ ୧୮୨୬ଟି କୁମ୍ଭୀର ଥିବା ଜଣାପଡ଼ିଛି। ଗତବର୍ଷ ଅପେକ୍ଷା ଚଳିତବର୍ଷ କୁମ୍ଭୀର ସଂଖ୍ୟାରେ ୧୫ଟି ବୃଦ୍ଧି ଘଟିଛି। ରାଜନଗର ବନଖଣ୍ଡର କନିକା, ରାଜନଗର, ମହାକାଳପଡ଼ା ଓ ଗହୀରମଥା ରେଞ୍ଜରେ କୁମ୍ଭୀର ଗଣନା କରାଯାଇଥିଲା। ଜାତୀୟ ଉଦ୍ୟାନ ତଥା ରାଜନଗର ବନଖଣ୍ଡରେ ଥିବା ୬୧ଟି ନଦୀ, ନାଳ ଓ ମୁହାଁଣରେ ୨୨ଟି ଦଳ ଜାନୁୟାରୀ ୧୯ରୁ ୨୨ ତାରିଖ ପର୍ଯ୍ୟନ୍ତ କୁମ୍ଭୀର ଗଣନା କରିଥିଲେ। କୁମ୍ଭୀର ଗଣନାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ପାଇଁ ଜାନୁୟାରୀ ୧୪ରୁ ୨୨ ତାରିଖ ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନକୁ ବନ୍ଦ କରାଯାଇଥିଲା।

Show More

Related Articles

Back to top button