Breaking PLUSଓଡ଼ିଶାମୁଖ୍ୟ ଖବର

ଅଳିଆ ପକାକୁ ନେଇ ତୁମୁଳ କାଣ୍ଡ

ଗଞ୍ଜାମ : ଅଳିଆ ପକାକୁ ନେଇ ତୁମୁଳ କାଣ୍ଡ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ପଥରା ଗାଁରେ ଅଭାବନୀୟ ଘଟଣା ଘଟିଛି। ଅଳିଆ ପକାକୁ କେନ୍ଦ୍ର କରି କଣ୍ଡରା ସାହି ଏବଂ ଓଡିଆ ଆଲପୁର ଗାଁ ଲୋକଙ୍କ ମଧ୍ୟ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି। ଏଥିରେ ଓଡିଆ ଆଲପୁର ଗାଁର ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସୂଚନା ମୂତାବକ ବୁଧବାର ରାତିରେ ପଥରା କଣ୍ଡରା ସାହିର କିଛି ବ୍ୟକ୍ତି ଟ୍ରାକ୍ଟରରେ ଅଳିଆ ଆବର୍ଜନା ଆଣି ଓଡିଆ ଆଲପୁର ଗାଁର ଜନବସତି ସ୍ଥାନରେ ପକାଇଥିଲେ। ଏହାକୁ ଆଲପୁର ଗାଁର କିଛି ବ୍ୟକ୍ତି ବିରୋଧ କରିଥିଲେ। ଏହାପରେ ଆରମ୍ଭ ହୋଇଥିଲା ଦୁଇ ଗାଁ ମଧ୍ୟରେ ଗାଳି ଗୁଲଜ, ଠେଲା ପଥର ମାଡ ପରିସ୍ଥିତି। ଏ ନେଇ ଖଲ୍ଲିକୋଟ ଥାନା ରେ ଅଭିଯୋଗ ହୋଇଛି। ପରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Show More

Related Articles

Back to top button