Breaking PLUSଓଡ଼ିଶାମୁଖ୍ୟ ଖବର
ବେଙ୍ଗାଲୁରୁ- କାମାକ୍ଷା ଏକ୍ସପ୍ରେସ୍ ଲାଇନଚ୍ୟୁତ

ଭୁବନେଶ୍ୱର: ଚୌଦ୍ଵାର ମଙ୍ଗୁଳି ନିକଟ ନିର୍ଗୁଣ୍ଡିରେ ବେଙ୍ଗାଲୁରୁ- କାମାକ୍ଷା ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଛି। ପୂର୍ବାହ୍ନ ୧୧ଟା ୫୪ ମିନିଟ୍ରେ ନିର୍ଗୁଣ୍ଡିରେ ବେଙ୍ଗାଲୁରୁ- କାମାକ୍ଷା ଏକ୍ସପ୍ରେସର ୧୧ଟି ବଗି ଲାଇନ୍ ଚ୍ୟୁତ ହୋଇଥିବା ନେଇ ପୂର୍ବତନ ରେଲଓ୍ବେ ପକ୍ଷରୁ ସୂଚନା ମିଳିଛି। ଏକ୍ସପ୍ରେସ ଲାଇନଚ୍ୟୁତ ପରେ ୫ ଟ୍ରେନ୍ର ଗତିପଥରେ ପରିବର୍ତ୍ତନ ହୋଇଛି। ଫଲକନାମା, ସିକନ୍ଦରାବାଦ, ଧଉଳି, ନୀଳାଚଳ, ପୁରୁଲିଆ ସୁପରଫାଷ୍ଟର ଗତିପଥ ବଦଳିଛି। ଡାଉନ ଲାଇନରେ ୫ଟି ଟେନ୍ର ଗତିପଥ ବଦଳାଯାଇଛି। ଅପଳାଇନରେ ସବୁ ଟ୍ରେନ୍ ଠିକ୍ ଭାବେ ଚାଲିଛି ବୋଲି ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି।