ଆଫଗାନିସ୍ଥାନରୁ ବେଲଜିୟମ

ଇଣ୍ଟରନେଟରେ ଭାଇରାଲ ହେଉଛି ଏହି ଫଟୋ । ଏହି ଫଟୋଟି ଆଫଗାନିସ୍ତାନରୁ ବେଲଯିୟମ ଯାଉଥିବା ଏକ ପରିବାରର ଫଟୋ । ପରିବାର ସହ ଝିଅର ଏହି ଫଟୋକୁ ଦେଖିଲେ ସ୍ପଷ୍ଟ ଅନୁମାନ କରିହେଉଛି ଆଫଗାନିସ୍ଥାନରେ ତାଲିବାନଙ୍କ ଆତଙ୍କ । ଆଫଗାନିସ୍ଥାନରୁ ବିମାନ ଯୋଗେ ବେଲଜିୟମରେ ପହଞ୍ଚିବା ପରେ ଝିଅଟି ଏତେ ଖୁସି ହୋଇଯାଇଛି ଯେ, ସେ ଚାଲି ଚାଲି ଯାଉଥିବା ବେଳେ ଖୁସିରେ ତା ଗୋଡ ନାଚି ଉଠୁଛି । ବେଲଜିୟମର ପୂର୍ବତନ ପ୍ରଧାନମନ୍ତ୍ରୀ ଗାଏ ଭରହୋଫାଷ୍ଟାଡ ଟୁଇଟରରେ ପୋଷ୍ଟ କରିଥିବା ଏହି ଫଟୋ ଏବେ ଇଣ୍ଟରନେଟରେ ଭାଇରାଲ ହେଉଛି । ହଜାର ହଜାର ଲୋକ ଏହି ଫୋଟକୁ ସେୟାର କରୁଥିବା ବେଳେ ଲୋକେ ସେମାନଙ୍କୁ ରେଫ୍ୟୁଜି କହିବାକୁ ମନା କରୁଛନ୍ତିି । ଏହି ଫଟୋଟିକୁ ଉଠାଇଛନ୍ତି ରଏଟର୍ସର ଫଟୋଗ୍ରାଫର ଜୋହାନା ଗରେନ ।
ଆଫଗାନିସ୍ଥାନରେ ତାଲିବାନ ଆତଙ୍କ ବଢିବା ପରେ ଦୁଇ ସପ୍ତାହ ହେବ ଆଫଗାନସ୍ଥାନର ବାସୀନ୍ଦାମାନେ ଭୟରେ ଅନ୍ୟ ଦେଶକୁ ପଳାଉଛନ୍ତି । ସେମାନଙ୍କ ମଧ୍ୟରୁ ଏକ ପରିବାରର ୪ ଜଣ ସଦସ୍ୟ ବେଲଜିୟମ ବିମାନ ବନ୍ଦରରେ ପହଞ୍ଚି ଚାଲି ଚାଲି ଯାଉଥିବା ବେଳେ ଏହି ଫୋଟ ଉଠାଯାଇଛି । ବେଲଜିୟମର ପୂର୍ବତନ ପ୍ରଧାନମନ୍ତ୍ରୀ ଗାଏ ଭରହୋଫାଷ୍ଟାଡ ଟୁଇଟରେ ଏହି ଫଟୋ ପୋଷ୍ଟ କରି ଲେଖିଚନ୍ତି, ଯେତେବେଳେ ଆପଣ ରିଫ୍ୟୁଜିଙ୍କୁ ସୁରକ୍ଷା ଦିଅନ୍ତି ଏଭଳି ଦେଖିବାକୁ ମିଳେ, ଶିଶୁକୁ ବେଲଜିୟମକୁ ସ୍ୱାଗତ । ତେବେ ତାଙ୍କର ଏହି ଟୁଇଟରେ କମେଂଟ କରି ଅନ୍ୟ ଜଣେ ବ୍ୟକ୍ତି ଲେଖିଛନ୍ତିି, ଏହା ହେଉଛି ପ୍ରକୃତ ସମୟ ଆମେ ତାଙ୍କୁ ରେଫ୍ୟୁଜି ବୋଲି ଉଚାରଣ ବନ୍ଦ କରିବା । କାରଣ ସେମାନେ ନାଟୋ ସେନାକୁ ଯୁଦ୍ଧ କରିବାରେ ସାହାଯ୍ୟ କରଇଥିଲେ ।