
ଉତ୍ତରପତ୍ର ଭାଇରାଲ । ପରୀକ୍ଷାକୁ କିଛି ସମୟ ବାକି ଥିବାବେଳେ ଭାଇରାଲ ହେଲା OTET ଉତ୍ତରପତ୍ର । ଆଜି ମାଲକାନଗିରି ଜିଲ୍ଲାରେ ୩ ଟି ସେଣ୍ଟରରେ ରାଜ୍ୟବ୍ୟାପୀ OTET ପରୀକ୍ଷା ହେଉଥିବାବେଳେ ଏପରି ଘଟଣା ସାମ୍ନାକୁ ଆସିଛି ।
OTET ପରୀକ୍ଷା ପାଇଁ ମୋଟା ଅଙ୍କର ଅର୍ଥ କାରବାର ହୋଇଥିବା ଚର୍ଚ୍ଚା ହେଉଥିବା ବେଳେ, ଭାଇରାଲ୍ ହୋଇଥିବା ଆନସର ସିଟ ଠିକ୍ କି ଭୁଲ ତାହା ସ୍ପଷ୍ଟ ହୋଇନାହିଁ ।
ଅନ୍ୟପଟେ ମାଲକାନଗିରି ଜିଲ୍ଲା ଶିକ୍ଷାଧିକାରୀ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଯଦି ଏପରି କୌଣସି ଘଟଣା ନଜରକୁ ଆସେ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି । ତେବେ ଏହା ପ୍ରଥମ ଥର ନୁହେଁ ଯେବେ ପ୍ରଶ୍ନ ପତ୍ର ବା ଉତ୍ତର ଭାଇରାଲ୍ ହୋଇଛି । ଏହା ପୂର୍ବରୁ ଅନେକ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିଲା । ଅଭିଯୋଗ ପରେ ପୁନଃ ପରୀକ୍ଷା ମଧ୍ୟ ହୋଇଛି । ଯଦି ଓଟିଇଟି ଉତ୍ତରପତ୍ର ଭାଇରାଲ୍ ଖବର ସତ ହୋଇଥାଏ ତେବେ ପୁନଃ ପରୀକ୍ଷା କରାଯିବାର ସମ୍ଭାବନା ରହିଛି । ସବୁଠୁ ବଡ଼ କଥା ହେଉଛି କିଏ ଏହି ଉତ୍ତର ଭାଇରାଲ୍ ପଛରେ ଦାୟୀ । ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବାର ଆବଶ୍ୟକତା ରହିଛି ।