ଦେଶ ବିଦେଶବାଣିଜ୍ୟ

ଚାକିରୀ କରିବା ପୂର୍ବରୁ ଆପଣଙ୍କ ପିଲା ହୋଇଯିବେ ପୁଞ୍ଜିପତି, ଆସନ୍ତୁ ଜାଣିବା ସେ ଯୋଜନା ବିଷୟରେ

ନିଜ ଶିଶୁର ଭବିଷ୍ୟତ ସୁରକ୍ଷିତ କରିବା ପାଇଁ ଏକ ଯୋଜନା ସମ୍ପର୍କରେ ଜାଣନ୍ତୁ। ଏହି ଯୋଜନାରେ ପୁଞ୍ଜି ବିନିଯୋଗ କଲେ ଆପଣଙ୍କ ଶିଶୁ ଚାକିରୀ କରିବା ପୂର୍ବରୁ କୋଟିପତି ହୋଇପାରିବେ

ପୁଞ୍ଜି ବିନିଯୋଗ ପାଇଁ ମ୍ୟୁଚୁଆଲ ଫଣ୍ଡ ସବୁଠାରୁ ଉତ୍ତମ ଉପାୟ ବୋଲି କୁହାଯାଏ। ମ୍ୟୁଚୁଆଲ ଫଣ୍ଡ ଜରିଆରେ ଆପଣ କେବଳ ନିଜ ନାଁରେ ନୁହେଁ ବରଂ ନିଜ ପିଲାଙ୍କ ନାଁରେ ମଧ୍ୟ ବିନିଯୋଗ କରିପାରିବେ। ବାପା-ମା’ ସଠିକ ତରିକାରେ ବିନିଯୋଗ କଲେ ଶିଶୁକୁ ୧୮ ବର୍ଷ ବୟସ ହେଲାବେଳକୁ ସେ କୋଟିପତି ହୋଇପାରିବ। ଜାଣନ୍ତୁ କିପରି :
ଶିଶୁଙ୍କ ପାଇଁ ସିଙ୍ଗଲ ନାଁରେ ମ୍ୟୁଚୁଆଲ ଫଣ୍ଡ ନିବେଶ ଆରମ୍ଭ କରିପାରିବେ। ଏହିଭଳି ନିବେଶରେ ଅଭିଭାବକଙ୍କ ନାଁ ଦରକାର ହୋଇନଥାଏ। ଶିଶୁଙ୍କ ନାଁରେ ମ୍ୟୁଚୁଆଲ ଫଣ୍ଡ ଆରମ୍ଭ କରିବାକୁ ନିଜ ପିଲାଙ୍କ ଜନ୍ମ ପ୍ରମାଣପତ୍ର ଥିବା ଆବଶ୍ୟକ। ପିଲାଙ୍କ ପାସପୋର୍ଟ ଥିଲେ ମଧ୍ୟ ଚଳିବ। ଏହାସହ ବାପାଙ୍କ ଜରୁରୀ କାଗଜପତ୍ର ଆବଶ୍ୟକ ହୋଇଥାଏ।

ମ୍ୟୁଚୁଆଲ ଫଣ୍ଡରେ ପୁଞ୍ଜି ବିନିଯୋଗ କରିବା ନିବେଶର ସବୁଠାରୁ ଚର୍ଚ୍ଚିତ ଉପାୟ। ପିଲାଙ୍କ ନାଁରେ ସିସ୍ଟମେଟିକ ଇନଭେଷ୍ଟମେଣ୍ଟ ପ୍ଲାନରେ ବିନିଯୋଗ କଲେ ବହୁତ ଫାଇଦା ହୋଇଥାଏ। କିନ୍ତୁ ପିଲାଙ୍କ ବୟସ ୧୮ ବର୍ଷ ହେଲାପରେ ଏହି ଯୋଜନାରେ ନିବେଶ କରିପାରିବେ ନାହିଁ। ପିଲାଙ୍କୁ ୧୮ ବର୍ଷ ହେବାପରେ ଏକ ପ୍ରକ୍ରିୟା ପରେ ପୁରା ଟଙ୍କା ପିଲା ନାଁରେ ହୋଇଯିବ।ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ପିଲାକୁ ୧୮ ବର୍ଷ ହେଲାବେଳକୁ କୋଟିପତି ହେଇଯାଉ ତାହେଲେ ଶିଶୁ ଜନ୍ମ ହେବାପରେ ତା ନାଁରେ ୫ ହଜାର ଟଙ୍କାରେ ନିବେଶ କରିବା ଆରମ୍ଭ କରିବାକୁ ହେବ। ଏହି ନିବେଶରେ ପ୍ରତିବର୍ଷ ୧୫ ପ୍ରତିଶତ ବୃଦ୍ଧି କରି ଚାଲନ୍ତୁ। ଏହି ନିବେଶରେ ଯଦି ପ୍ରତିବର୍ଷ ୧୨ ପ୍ରତିଶତ ହାରରେ ରିଟର୍ନ ମିଳେ ତାହେଲେ ୧୮ ବର୍ଷ ହେଲାବେଳକୁ ଆପଣଙ୍କ ପୁଅ/ଝିଅ କୋଟିପତି ହୋଇଯାଇଥିବ।

Show More

Related Articles

Back to top button