ଅନୁଚିନ୍ତାଜୀବନଚର୍ଯ୍ୟାସ୍ୱତନ୍ତ୍ର
ବେଦବାଣୀ

ସାଧାରଣତଃ ଦେଖାଯାଏ କାହାର କିଛି ମନସ୍କାମନା କିମ୍ବା କିଛି ପ୍ରାପ୍ତ ହେଲେ, ନିର୍ଦ୍ଧିଷ୍ଟ ଦେବଦେବୀଙ୍କୁ ଶ୍ରେୟ ଦେଇଥାନ୍ତି ଏବଂ ତାଙ୍କର ପ୍ରସାର ପ୍ରଚାର କରିବାରେ ଲାଗିପଡ଼ନ୍ତି। ଏହା କିନ୍ତୁ ଅଜ୍ଞାନତା, ବାସ୍ତବରେ ସବୁକିଛି ସେହି ପରମେଶ୍ବର ଭଗବାନ ହିଁ ଦେଇଥାଆନ୍ତି। ସବୁ ଭୋଗ ପଦାର୍ଥ କେବଳ ତାଙ୍କରି ହିଁ ଦାନ। ତେଣୁ ତାଙ୍କୁ “ରତ୍ନଧାରକ” କୁହାଯାଏ। ଏ ଦିଗରେ ବେଦ ମନ୍ତ୍ର କହନ୍ତି – ଓ୩ମ୍ ଯଜ୍ଞସ୍ୟ ଦେବମ ଋତ୍ତ୍ଵିଜମ୍ ହୋତାରମ୍ ରତ୍ନଧାତମମ୍ ଅର୍ଥାତ୍ ମନୁଷ୍ୟ ସମସ୍ତ ରମଣୀୟ ପଦାର୍ଥର ଧାରକଙ୍କୁ (ପରମେଶ୍ଵରଙ୍କୁ) ଜାଣି କେବଳ ତାଙ୍କୁ ହିଁ ସ୍ତୁତି କରିବା ବିଧେୟ।
(ଋଗ୍ ବେଦ,୧,୧,୧)
ସଂଗୃହୀତ ।।
ଜୟ ପ୍ରକାଶ ।।
ଦିବ୍ୟଦିଗନ୍ତ ସାମାଜିକ ଅନୁଷ୍ଠାନ ।।