Breaking PLUSଅପରାଧଆଇନ କାନୁନମୁଖ୍ୟ ଖବରସ୍ୱାସ୍ଥ୍ୟ

ରାଜଧାନୀରେ ବିଚ୍ ରାସ୍ତା ଉପରେ ମହିଳା ଡାକ୍ତରଙ୍କୁ ମାଡ

ଭୁବନେଶ୍ୱର: ମହିଳା ଡାକ୍ତରଙ୍କୁ ବିଚ୍ ରାସ୍ତା ଉପରେ ମାଡ଼ । ରାଜଧାନୀ ଭୁବନେଶ୍ୱରରୁ ଆସିଛି ଏହିପରି ଏକ ସଙ୍ଗୀନ୍ ଅଭିଯୋଗ । ଲକ୍ଷ୍ମୀସାଗର ଛକରେ ଗାଡ଼ି ହଟାଇବାକୁ ନେଇ ଗଣ୍ଡଗୋଳର ଉଗ୍ର ରୂପ ନେଇଥିଲା । ଯାହାଫଳରେ ଏଭଳି ଏକ ସାଂଘାତିକ ଘଟଣା ଘଟିଛି ବୋଲି ସୂଚନା ମିଳିଛି । ଅଭିଯୋଗ ଅନୁସାରେ, ଗତକାଲି ରାତିରେ ମହିଳା ଡାକ୍ତର ହୀନା ଗୁପ୍ତା ଓ ତାଙ୍କ ମାଆ ଘରକୁ ଫେରୁଥିଲେ । ଲକ୍ଷ୍ମୀସାଗର ଛକରେ ମହିଳା ଡାକ୍ତର ବ୍ୟବସାୟୀ ବିଶ୍ୱଜିତ୍ ସ୍ୱାଇଁଙ୍କ ଗାଡ଼ିକୁ ସାଇଡ୍ କରିବାକୁ କହିଥିଲେ । ହେଲେ ଗାଡ଼ିକୁ ନହଟାଇ ଗାଳି ଗୁଳଜ କରିବା ସହ ମହିଳା ଡାକ୍ତରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି ଥାନାରେ । କେବଳ ଏତିକି ନୁହେଁ ପୋଲିସ୍‌କୁ ଏସମ୍ପର୍କରେ ଜଣାଇବା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା ଥାନା ପରିସରରେ ମହିଳା ଡାକ୍ତରଙ୍କ ମାଆ ଅସନ୍ତୋଷ ପ୍ରକାଶ କରିଛନ୍ତି ।

Show More

Related Articles

Back to top button