Breaking PLUSଓଡ଼ିଶାମୁଖ୍ୟ ଖବର

ରାଜଧାନୀରେ ଅଣାୟତ୍ତ ଡେଙ୍ଗୁ ସ୍ଥିତି, ସମସ୍ତ ସିଏଚସିରେ ଖୋଲିବ ଡେଙ୍ଗୁ ୱାର୍ଡ

ପ୍ରତି ଅର୍ବାନ ସିଏଚସିରେ ରହିବ 10ଟି ବେଡ୍

ରାଜଧାନୀରେ ଡେଙ୍ଗୁ ସ୍ଥିତି ଅଣାୟତ୍ତ । ଘରେ ଘରେ ବହାରୁଛନ୍ତି ଡେଙ୍ଗୁ ରୋଗୀ । ତେବେ ଏହାକୁ ଦେଖି ସଜାଗ ହୋଇଛି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟ ।
ଭୁବନେଶ୍ବରର ସମସ୍ତ ୪ଟି ଯାକ ସିଏଚସିରେ ଡେଙ୍ଗୁ ୱାର୍ଡ ଖୋଲାଯିବ ଓ ପ୍ରତି ଅର୍ବାନ ସିଏଚସିରେ ୧୦ଟି ଲେଖାଏଁ ବେଡ୍ ରହିବ। ଏଭଳି ନିଷ୍ପତ୍ତି ନେଇଛି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ।
ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଚଳିତ ବର୍ଷ କେବଳ ଭୁବନେଶ୍ଵର ମହାନଗର ନିଗମ ଅଞ୍ଚଳରୁ ୧ ହଜାର ୫୯ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛନ୍ତି।

ରାଜଧାନୀରେ ଡେଙ୍ଗୁ ରୋଗଙ୍କ ସଂଖ୍ୟା ବଢୁଥିବାରୁ ସମସ୍ତେ ପ୍ରସ୍ତୁତ ରହିବାକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ରହିଛି। ବ୍ଲଡ ବ୍ୟାଙ୍କରେ ରକ୍ତ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ଡେଙ୍ଗୁ ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବ।

ଅନ୍ୟପଟେ ଡେଙ୍ଗୁ ଉପରେ ନଜର ରଖିଛି ବିଏମସି । ଖାସ୍ କରି ପରିବେଶ ସ୍ୱଚ୍ଛତା ଉପରେ ବିଏମସି ପକ୍ଷରୁ ଗୁରୁତ୍ୱ ଦିଆଯାଇଛି ।

Show More

Related Articles

Back to top button