Breaking PLUSବାଣିଜ୍ୟ
ବଜାର ଇଣ୍ଡିଆରେ କ୍ୟାସ୍ବ୍ୟାକ୍ ଅଫର
ଗ୍ରାହକମାନେ ସ୍କ୍ରାଚ୍ ଆଣ୍ଡ୍ ୱିନ୍ ଅଫରରେ ଭାଗ ନେଇ ଶତ ପ୍ରତିଶତ କ୍ୟାସ୍ବ୍ୟାକ୍ ପାଇପାରିବେ
![](https://www.utkalprahari.com/wp-content/uploads/2020/10/unnamed-1-780x470.jpg)
ବଜାର ଇଣ୍ଡିଆର ରାଜ୍ୟରେ ଥିବା ୮ଟି ସୋ’ରୁମ୍ରେ କ୍ୟାସ୍ବ୍ୟାକ୍ ଅଫର ଘୋଷଣା କରାଯାଇଛି। ଗ୍ରାହକମାନେ ସ୍କ୍ରାଚ୍ ଆଣ୍ଡ୍ ୱିନ୍ ଅଫରରେ ଭାଗ ନେଇ ଶତ ପ୍ରତିଶତ କ୍ୟାସ୍ବ୍ୟାକ୍ ପାଇପାରିବେ। ପ୍ରତି ଗ୍ରାହକଙ୍କୁ ସ୍କ୍ରାଚ୍ କାର୍ଡ ଦିଆଯାଉଛି। ଏହା ଜରିଆରେ ସେମାନେ ସୁନା ଓ ରୁପା କଏନ୍ ଜିତିବାର ସୁଯୋଗ ପାଇବେ।
ବଜାର ଇଣ୍ଡିଆର ଆଠଟି ସୋ’ରୁମ୍ ଭୁବନେଶ୍ବର, କଟକ, ଢେଙ୍କାନାଳ, ନୟାଗଡ଼, ବାରିପଦା, ସମ୍ବଲପୁର ଓ ବ୍ରହ୍ମପୁରରେ ରହିଛି। ଏହି ସୋ’ରୁମ୍ଗୁଡ଼ିକରୁ ଗ୍ରାହକମାନେ ପୁରୁଷ, ମହିଳା ଓ ଶିଶୁଙ୍କ ପୋଷାକ ସମେତ ଗୃହ ଉପକରଣ ଏବଂ ଜୀବନଶୈଳୀ ଉତ୍ପାଦ ସୁଲଭ ମୂଲ୍ୟରେ ପାଇପାରିବେ।