Breaking PLUSଦେଶମୁଖ୍ୟ ଖବର

ନକ୍ସଲ ମୁକ୍ତ ହେଲା ବସ୍ତର

ନୂଆଦିଲ୍ଲୀ- ନକ୍ସଲ ମୁକ୍ତ ହୋଇଛି ବସ୍ତର । ବାମପନ୍ଥୀ ଉଗ୍ରବାଦୀ ପ୍ରଭାବିତ ଜିଲା ତାଲିକାରୁ ଛତିଶଗଡର ବସ୍ତରକୁ ବାଦ ଦିଆଯାଇଛି । ବସ୍ତରକୁ ରେଡ ଲିଷ୍ଟରୁ ବାଦ ଦେଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ତାଲିକାରେ ଦେଶର କେବଳ ୧୮ଟି ଜିଲାକୁ ମାଓ ଗତିବିଧି ନେଇ ଦର୍ଶାଯାଇଛି । ତାଲିକାରେ ଛତିଶଗଡର ୬ଟି ଜିଲା ରହିଛି । ସବୁଠୁ ବଡ କଥା ହେଲା ବସ୍ତର ଓ କୋଣ୍ଡଗାଁ ମାଓଗଡ ଭାବେ ପରିଚିତ ଥିବାରୁ ଏବେ ଏହି ତାଲିକାରୁ ବାଦ ଦିଆଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button