ଆଇନ କାନୁନଓଡ଼ିଶାମୁଖ୍ୟ ଖବରସେଲିବ୍ରିଟିସ୍ୱତନ୍ତ୍ର

ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା: ଉଭୟଙ୍କୁ ଚାମ୍ବରକୁ ଡାକି ମଧ୍ୟସ୍ଥତା କଲେ ପରିବାର ଅଦାଲତ ବିଚାରପତି

କଟକ : ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଓ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ପାରିବାରିକ ବିବାଦ ମାମଲାରେ କଟକ ପରିବାର ଅଦାଲତ ବିଚାରପତି କରିଛନ୍ତି ମଧ୍ୟସ୍ଥତା। ଆଜି ପରିବାର ଅଦାଲତ ବିଚାରପତି ନିଜ ଚାମ୍ବରରକୁ ଉଭୟଙ୍କୁ ଡାକି ଅଲୋଚନା କରିଥିବା ସୂଚନାମିଳିଛି। ତେବେ ମଧ୍ୟସ୍ଥତାର କୌଣସି ଫଳାଫଳ ଜଣାପଡିନି। ସୂଚନା ଅନୁସାରେ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ, ଆଜି ଉଭୟ ପରିବାର ଅଦାଲତରେ ହାଜର ହୋଇଥିଲେ। ୫ ହଜାର ଟଙ୍କା ତଣ୍ଡ ଦେଇ ରସିଦ୍ କାଟିଥିଲେ। କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ମୁତାବକ ଉଭୟ ଦାଖଲ କରିଥିବା ୫ ହଜାର ଟଙ୍କାର ପ୍ରମାଣ ଦେଇଥିଲେ। ସେପଟେ କୋର୍ଟ କାର୍ଯ୍ୟରେ ବିଚାର ପ୍ରକ୍ରିୟାକୁ ସହଯୋଗ କରିବା, ଅଯଥା ସମୟ ନନେବା, କୋର୍ଟରେ କୌଣସି ମିଥ୍ୟା ତଥ୍ୟ ଦାଖଲ ନକରିବା ନେଇ ସତ୍ୟପାଠ ଦାଖଲ କରିଥିଲେ ବର୍ଷା। ପରେ ଉଭୟଙ୍କୁ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ପାଇଁ ନିଜ ଆଡୁ ନିର୍ଦ୍ଦେଶ ଦେଇଥିଲେ କଟକ ପରିବାର ଅଦାଲତ ବିଚାରପତି। ସୂଚନା ଅନୁଯାୟୀ, ଚଳିତ ମାସ ୯ ତାରିଖରେ କୋର୍ଟ ଦେଇଥିବା ନିର୍ଦ୍ଦେଶ ମୁତାବକ ଉଭୟ ଆଜି ହାଜର ହୋଇଥିଲେ। ଏନେଇ ବର୍ଷାଙ୍କ ଓକିଲ ସିଦ୍ଧାର୍ଥ ଦାସ କହିଛନ୍ତି, ଅପରାହ୍ନ ୨ଟାରେ ମଧ୍ୟସ୍ଥତା ଆରମ୍ଭ ହୋଇଥିଲା। ଯାହା ଅପରାହ୍ନ ସାଢ଼େ ୪ଟାରେ ସରିଥିଲା। କୋର୍ଟ ନିର୍ଦ୍ଦେଶନାମା ଆସିବା ପରେ ଏ ବାବଦରେ କ’ଣ ନିଷ୍ପତ୍ତି ହୋଇଛି କୁହାଯାଇପାରିବ।

Show More

Related Articles

Back to top button