Breaking PLUSଦେଶମୁଖ୍ୟ ଖବର

ବରେଲି- ନୈନିତାଲ ହାଇୱେରେ କାରରେ ଲାଗିଲା ନିଆଁ, ଆଠଜଣ ବରଯାତ୍ରୀଙ୍କ ମୃତ୍ୟୁ

ବରେଲି- ବରେଲି -ନୈନିତାଲ ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଦୁର୍ଘଟଣା ଘଟିଛି ।
ଭୋଜିପୁରା ଥାନା ଠାରୁ କିଛି ଦୂରରେ ଡମ୍ପର ସହ ଧକ୍କା ହେବା ପରେ ଏକ କାରରେ ନିଆଁ ଲାଗିଯାଇଥିଲା। କିଛି ସମୟ ମଧ୍ୟରେ, କାରରେ ଥିବା ସମସ୍ତ ଆଠ ଜଣ ବରଯାତ୍ରୀଙ୍କର ମୃତ୍ୟୁ ହୋଇଛି ।
ପୋଲିସର ସୂଚନା ମୁତାବକ, କାରରେ ଥିବା ଲୋକେ ବରେଲି ସହରରେ ଆୟୋଜିତ ବିବାହ ସମାରୋହରେ ସାମିଲ ହୋଇ ବହେଡି ଫେରୁଥିଲେ । ଅଗ୍ନିଶମ ବାହିନୀ ନିଆଁକୁ ଲିଭାଇ ମୃତଦେହକୁ ବାହାରକୁ କାଢିଥିଲେ । କାରଟି ଡମ୍ପର ସହ ଧକ୍କା ହେବା ପରେ ନିଆଁ ଲାଗିଯାଇଥିଲା । ଯାହାଦ୍ୱାରା ସେଣ୍ଟ୍ରୋଲ ଲକ୍ ଫସିଯାଇଥିଲା । ନିଆଁରେ କାରଟି ହୁତୁ ହୁତୁ ହୋଇ ଜଳିବାକୁ ଲାଗିଥିଲା । କାହାରିକୁ ବାହାରକୁ କାଢିବାକୁ ସମୟ ମିଳିନଥିଲା । କାରରେ ବରଯାତ୍ରୀ ଜୀବନ୍ତ ଜଳିଥିଲେ । ନିଆଁ ଲିଭାଯିବା ବେଳକୁ ସମସ୍ତଙ୍କ ମୃତ୍ୟୁ ହୋଇସାରିଥିଲା ।

Show More

Related Articles

Back to top button