ଓଡ଼ିଶାମୁଖ୍ୟ ଖବରସ୍ୱତନ୍ତ୍ର

ଓଟିଟି ପ୍ଲାଟଫର୍ମରେ ପ୍ରସାରିତ ହେବ ଅଞ୍ଜନା ମିଶ୍ରଙ୍କ କାହାଣୀକୁ ନେଇ ପ୍ରସ୍ତୁତ ‘ବାରଙ୍ଗ-୧୯୯୯’

ଓଟିଟି ପ୍ଲାଟଫର୍ମରେ ପ୍ରସାରିତ ହେବାକୁ ଯାଉଛି ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ରଙ୍କ କାହାଣୀକୁ ନେଇ ପ୍ରସ୍ତୁତ ‘ବାରଙ୍ଗ-୧୯୯୯’ । ଥାନା ଓ ଅଦାଲତରୁ ମିଳିଥିବା ତଥ୍ୟ ଆଧାରରେ ଏହି ୱେବ୍‌ ସିରିଜ ପ୍ରସ୍ତୁତ କରାଯାଇଛି । ଏଥିରେ ସମୁଦାୟ ୯ଟି ଏପିସୋଡ ରହିଛି । କାହାଣୀର ନିର୍ଦ୍ଦେଶନା ଦେଇଛନ୍ତି ଅଜୟ ପାଢ଼ୀ । ସେହିପରି ସରୋଜ ମହାପାତ୍ର କାହାଣୀ ରଚନା  କରିଥିବାବେଳେ ପରିକଳ୍ପନା କରିଛନ୍ତି ଦିଲୀପ ବିଶୋଇ।

ବର୍ତ୍ତମାନ ଗୋଟିଏ ଏପିସୋଡ ସରିଥିବାବେଳେ ଅବଶିଷ୍ଟ ଏପିସୋଡର ସୁଟିଂ ଖୁବ୍‌ଶୀଘ୍ର କରାଯିବ।ବାସ୍ତବ ରୂପ ଦେବା ନିମନ୍ତେ ଘଟଣା ଘଟିଥିବା ସ୍ଥାନରେ ହିଁ ସୁଟିଂ ହେବ। ଏଥିରେ ଉଭୟ ବଲିଉଡ ଓ ଓଲିଉଡର ଆଗଧାଡ଼ିର କଳାକାର ଅଭିନୟ କରୁଛନ୍ତି । ଏନେଇ ସୂଚନା ଦେଇଛନ୍ତି ୱେବ୍‌ ସିରିଜର ନିର୍ଦେଶକ ଅଜୟ ପାଢ଼ୀ ।

ସେ ଆହୁରି କହିଛନ୍ତି ଯେ, କୌଣସି ରାଜନୈତିକ ଦଳ ବା ବ୍ୟକ୍ତବିଶେଷଙ୍କୁ ଆକ୍ଷେପ କରିବା ଆମର ଉଦ୍ଦେଶ୍ୟ ନୁହେଁ, ଥାନା ଓ ଅଦାଲତରୁ ମିଳିଥିବା ତଥ୍ୟ ଆଧାରରେ ଏହି ୱେବ୍‌ ସିରିଜ ପ୍ରସ୍ତୁତ କରୁଛୁ।

 

Show More

Related Articles

Back to top button