Breaking PLUSଓଡ଼ିଶାମୁଖ୍ୟ ଖବର

ଚିକିତ୍ସା ଅବହେଳାରୁ ନବଜାତର ମୃତ୍ୟୁ ଅଭିଯୋଗ

ଭୁବନେଶ୍ୱର – ଚିକିତ୍ସା ଅବହେଳାରୁ ନବଜାତ ଶିଶୁ ମୃତ ଅଭିଯୋଗ । ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ସାମ୍ନାକୁ ଆସିଲା ଅଭାବନୀୟ ଘଟଣା । ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁ ହୋଇପାରିଲା ନାହିଁ ଚିକିତ୍ସା । ଫଳରେ ଜନ୍ମ ହେଉ ହେଉ ଆଖି ବୁଜିଦେଲା ଶିଶୁ । ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ମୃତ ଶିଶୁର ବାପା ।
ସୂଚନାନୁସାରେ, ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ତାଳମେଣ୍ଡା ପଞ୍ଚାୟତ ପାତରପାଲି ଗାଁର ସୁରେନ୍ଦ୍ର ଖେତିଙ୍କ ସ୍ତ୍ରୀ ବୈଜନ୍ତି ଖେତିଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ବୁଧବାର ରାତି ୧୦ଟାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ହସ୍ପିଟାଲରେ କୌଣସି ଡାକ୍ତର ନଥିଲା । ଫଳରେ ପ୍ରସବ ପରେ ଶିଶୁଟିର ମୃତ୍ୟୁ ହୋଇଥିଲା ।

Show More

Related Articles

Back to top button