Breaking PLUSଓଡ଼ିଶାମୁଖ୍ୟ ଖବର
ବନ୍ଧୁଗାଁ ଛାରପା ଗାଁରେ ଗୁଣି ସନ୍ଦେହରେ ବୀଭତ୍ସ କାଣ୍ଡ

ଲକ୍ଷ୍ମୀପୁର: ବନ୍ଧୁଗାଁ ଛାରପା ଗାଁରେ ଗୁଣି ସନ୍ଦେହରେ ବୀଭତ୍ସ କାଣ୍ଡ । ଜଣଙ୍କ ଶବଦାହ ବେଳେ ସେହି ନିଆଁରେ ଆଉ ଜଣଙ୍କୁ ମାରି ପୋଡ଼ିଲେ । ଗତକାଲି ସନ୍ଧ୍ୟାରେ ଗାଁରେ ଜଣଙ୍କ ଅଚାନକ ମୃତ୍ୟୁ ହୋଇଥିଲା । ଗାଁର ଶିବ ମିଣିଆକା ଗୁଣି କରି ହତ୍ୟା କରିଥିବା ସନ୍ଦେହ କରିଥିଲେ ପରିବାର । ପରେ ଶିବକୁ ମାରି ସମ୍ପୃକ୍ତ ବ୍ୟକ୍ତିଙ୍କ ଜୁଇରେ ଏକାଠି ଜାଳିଦେଲେ । ପୋଲିସକୁ ନକହିବାକୁ ଶିବଙ୍କ ପରିବାରକୁ ଧମକ ଦେଇଥିବା ଅଭିଯୋଗ ହୋଇଛି ।