
ବାଲେଶ୍ୱରରେ ଡିଆଇସି ଛକ ନିକଟରେ ଏହି ନୂଆ ଫ୍ରୋଜିଟ୍ ଆଉଟଲେଟ୍କୁ ଉଦ୍ଘାଟନ କରିଛନ୍ତି ରୁଚିର ପ୍ରତିଷ୍ଠାତା ଓ ପରିଚାଳନା ନିର୍ଦ୍ଦେଶକ ଡ. ଶରତ କୁମାର ସାହୁ । ସମ୍ମାନନୀୟ ଅତିଥି ଭାବେ ଯୋଗଦେଇଥିଲେ ରୁଚିର ନିର୍ଦ୍ଦେଶିକା ସଙ୍ଗୀତା ସାହୁ ।ଓଡିଶାର ପ୍ରଥମ ଫ୍ରୋଜନ୍ ଖାଦ୍ୟ ପ୍ରସ୍ତୁତକାରୀ ଉଦ୍ୟୋଗ ଫ୍ରୋଜିଟ୍ ପକ୍ଷରୁ ୧୦ନଂ ଆଉଟଲେଟ୍ ବୋଲି କହିଛନ୍ତି ଏହାର ଅର୍ଥ ବିଭାଗୀୟ ମୁଖ୍ୟ ଶ୍ରୀକାନ୍ତ ମହାପାତ୍ର । ସେହିପରି ଫ୍ରୋଜିଟ୍ ଦ୍ୱାରା ପ୍ରସ୍ତୁତ ରେଡ୍ଡ ଟୁ ଇଟ୍, ରେଡ୍ଡ ଟୁ କୁକୁ, ଫ୍ରୋଜନ୍ ଫୁଡ୍ସ, ମୃଦୃପାନୀୟ, ବିଭିନ୍ନ ଅର୍ଗାନିକ ଦ୍ରବ୍ୟ ଓ ସ୍ୱାସ୍ଥ୍ୟପଯୋଗୀ ଜିନିଷ ବାଲେଶ୍ୱରରେ ପ୍ରତିଷ୍ଠିତ ପାର୍ବତୀ ଏଣ୍ଟରପ୍ରାଇଜେସ୍ ଠାରେ ଉପଲବ୍ଧ ହେବ ।
ଗ୍ରାହକମାନେ ଆନ୍ତର୍ଜୀତୀୟ ଜ୍ଞାନ କୌଶଳରେ ପ୍ରସ୍ତୁତ ବିଭିନ୍ନ ପ୍ରକାର ଆମିଷ ଓ ନିରାମିଷ ଖାଦ୍ୟ ଖୁବ୍ କମ୍ ସମୟରେ ଏହି ଷ୍ଟୋରରେ ପାଇପାରିବେ ବୋଲି ବାଲେଶ୍ୱର ଫ୍ରୋଜିଟ୍ ଷ୍ଟୋରର ସତ୍ୱାଧିକାରୀ ରଞ୍ଜନ ନାୟକ ସୂଚନା ଦେଇଛନ୍ତି ।ସେହିପରି ମଟନ୍ ଘିଅ ରୋଷ୍ଟ,ଲଚ୍ଛା ପରଟା, ମଟନ କସା , ଘିଅ ଭାତ, ଖିରୀ, ବିରିୟାନୀ, ପାସ୍ତା, ଚିକେନ୍ ଲଲିପପ୍, ସ୍ପ୍ରିଙ୍ଗରୋଲ, ଲିଚୁ, ଆମ୍ବ ଜୁସ୍, ଡାଲ୍ ତଡକା , ଦଲିଆଷ ଚୂଡ଼ା ପାଉଡ଼ରସ , ଅଲିଭ ଅଏଲ, ମାଣ୍ଡିଆ, ଖିର୍, ମିକ୍ସ, ନାସ୍ତାକା ପାସ୍ତା, ନୁଦୁଲ୍ସ,, ସିମେଇ , ଅର୍ଗାନିକ ବ୍ଲାକ୍ ପେପର, ଚିଲି, ମୁଗ ଡାଲି, ହଲଦୀ, ଜିରା, ଧନିଆ ଆଦି ବିଭିନ୍ ସୁସ୍ୱାଦୁ ଓ ପ୍ରିମିୟମ୍ ଦ୍ରବ୍ୟ ଏହି ଉପଲବ୍ଧ ହେବ । ତେବେ ଫେବୃଆରୀ ୫ରୁ ୨୮ ତାରିଖ ପର୍ଯ୍ୟନ୍ତ ସମସ୍ତ ଗ୍ରାହକଙ୍କୁ ୧୦ ପ୍ରତିଶତ ରିହାତି ମିଳିବ ବୋଲି ଫ୍ରୋଜିଟ୍ ଷ୍ଟୋର୍ ମୁଖ୍ୟ ଅବିନାଶ ସିଂ କହିଛନ୍ତି।