
ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ୍ଙ୍କୁ ମିଳିଲାନି ଜାମିନ । ଖାରଜ ହେଲା ବ୍ଲାକମେଲିଂ କୁଇନ ଅର୍ଚ୍ଚନା ନାଗ୍ଙ୍କ ଜାମିନ ଆବେଦନ । ଅର୍ଚ୍ଚନା ନାଗ୍ଙ୍କ ଜାମିନ୍ ଆବେଦନ ଖାରଜ କଲେ ଭୁବନେଶ୍ୱର SDJM କୋର୍ଟ । ଗତ ଶୁକ୍ରବାର ଜାମିନ୍ ଆବେଦନ କରିଥିଲେ ଅର୍ଚ୍ଚନା ନାଗ୍। ଏବେ ପୁଣି ଜେଲ୍ରେ ରହିବେ ଅର୍ଚ୍ଚନା ।ଅନ୍ୟପଟେ ଅର୍ଚ୍ଚନା ନାଗଙ୍କ ବ୍ଲାକମେଲିଂ ଓ ହନିଟ୍ରାପ୍ ମାମଲାର କଳା ସାମ୍ରାଜ୍ୟ ଉପରୁ ପରଦା ହଟାଇବାକୁ ୫ ଦିନିଆ ରିମାଣ୍ଡ ପାଇଁ କୋର୍ଟରେ ଆବେଦନ କରିବ ଖଣ୍ଡଗିରି ଥାନା ପୋଲିସ । ରିମାଣ୍ଡରେ ନେଇ ସମସ୍ତ ରହସ୍ୟ ଉପରୁ ପରଦା ହଟାଇବାକୁ ପୋଲିସ ତନାଘନା ଚଳାଇଛି । ତେବେ ରିମାଣ୍ଡ ମିଳିବା ପରେ ଅର୍ଚ୍ଚନାକୁ ପୋଲିସ ଥାନାରେ ଆଣି ପଚରାଉଚୁରା କରିବ ନା ଝାରପଡା ଜେଲରେ ହିଁ ଜେରା କରିବ ତାକୁ ନେଇ ପ୍ରଶ୍ନ ଉଠିଛି ।