Breaking PLUSଓଡ଼ିଶାମୁଖ୍ୟ ଖବର
ବାହାନଗା ଟ୍ରେନ ଟ୍ରାଜେଡି, ଶେଷ 28 ଅଚିହ୍ନା ମୃତଦେହର କରାଯିବ ସଂସ୍କାର

ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାରେ ଚିହ୍ନଟ ହୋଇ ପାରି ନଥିବା ୨୮ଟି ମୃତ ଦେହର ସଂସ୍କାର ହେବ। ଏହି ଦୁର୍ଘଟଣାର ତଦନ୍ତ ଭାର ସିବିଆଇକୁ ଦିଆଯିବା ପରେ ମୃତଦେହ ଗୁଡିକୁ ଭୁବନେଶ୍ୱର ଏମ୍ସରେ ସ୍ୱତନ୍ତ୍ର କଣ୍ଟେନରରେ ରଖାଯାଇ ଥିଲା। ପରେ ସମସ୍ତ ପ୍ରକ୍ରିୟା ସତ୍ୱେ ଏ ପର୍ଯ୍ୟନ୍ତ ୨୮ଟି ମୃତ ଦେହ ଚିହ୍ନଟ ହୋଇପାରି ନାହିଁ। ଏ ନେଇ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତକାରୀ ସଂସ୍ଥା ସିବିଆଇକୁ ଅବଗତ କରାଯିବା ପରେ ସିବିଆଇ ପକ୍ଷରୁ ୨୮ଟି ମୃତଦେହର ସଂସ୍କାର କରିବାକୁ ଅନୁମତି ଦେଇଛି।
ଆଜି ଏ ନେଇ ବିଏମସି ପକ୍ଷରୁ ଆବଶ୍ୟକ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ସୂଚନା ଅନୁଯାୟୀ, ମୃତଦେହ ହସ୍ତାନ୍ତର ଠାରୁ ସଂସ୍କାର ଯାଏଁ ସମସ୍ତ ପ୍ରକ୍ରିୟାର ଭିଡିଓ ରେକର୍ଡିଙ୍ଗ କରାଯିବ।