ଓଡ଼ିଶାଦୁର୍ଘଟଣାଦେଶମୁଖ୍ୟ ଖବର

କଟକ ବାଦାମବାଡି ଭରତିଆ ଟାୱାରରେ ଭୟଙ୍କର ଅଗ୍ନିକାଣ୍ଡ

କଟକ : କଟକ ବାଦାମବାଡ଼ିରେ ଥିବା ଭରତିଆ ଟାୱାରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଭରତିଆ ଟାୱାରର ପଞ୍ଚମ ମହଲାରେ ଲାଗିଛି ନିଆଁ। ନିଆଁ ଲାଗିବା ଖବର ପାଇବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭାଇଥିଲେ। ତେବେ ନିଆଁ ଲାଗିଥିବା ସ୍ଥାନରୁ ଜଣେ ଲୋକଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିଲେ ମଧ୍ୟ ସର୍ଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ସୂଚନାଅନୁସାରେ କଟକ ବାଦାମବାଡିରେ ଥିବା ଭରତିଆ ଟାୱାର ରାଜ୍ୟର ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳ। ଏଠାରେ ପ୍ରାୟ ୪୦୦ରୁ ଉର୍ଦ୍ଧ୍ୱ ଦୋକାନ ରହିଛି। ବୈଦୁତିକ ସାମଗ୍ରୀ ସହ ବିଶେଷ କରି ମୋବାଇଲ ଉପକରଣ ପାଇଁ ସମଗ୍ର ରାଜ୍ୟ ଏହି ଭରତିଆ ଟାୱାରରେ ଥିବା ଦୋକାନ ଉପରେ ନିର୍ଭର କରନ୍ତି। ମୁଖ୍ୟ ରାସ୍ତାରେ ଏହି ଟାୱାର ଥିବାରୁ ପ୍ରବଳ ଭିଡ଼ ମଧ୍ୟ ରହିଥାଏ। ଭରତିଆ ଟାୱାରରେ ନିଆଁ ଲାଗିବା ପରେ ରାସ୍ତାରେ ଲୋକଙ୍କର ପ୍ରବଳ ଭିଡ଼ ହୋଇଛି। ଜନଗହଳିପୂର୍ଣ୍ଣ ରାସ୍ତାରେ ଟ୍ରାଫିକ ସମସ୍ୟା ବଢ଼ିଛି। ନିଆଁ ଲାଗିବା ପରେ ସ୍ଥାନୟୀ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ତେବେ ଅଗ୍ନିଶମ ବିଭାଗ ଯାଇ ନିଆଁକୁ ଆୟତ୍ତ କରିଥିବା ସୂଚନାମିଳିଛି।

Show More

Related Articles

Back to top button