Breaking PLUSଓଡ଼ିଶାମୁଖ୍ୟ ଖବର

ବିଶୃଙ୍ଖଳାକୁ ନିନ୍ଦା କଲେ ବାବୁ ସିଂ

ଭୁବନେଶ୍ବର: ବିଧାନସଭା ଚାଲିଥିବା ସମୟରେ କଂଗ୍ରେସ ବିଧାୟକମାନେ ଯେଉଁ ଭଳି ବିଶୃଙ୍ଖଳା ସୃଷ୍ଟି କଲେ, ତାହା ଅତ୍ୟନ୍ତ ନିନ୍ଦନୀୟ। ଆଜି ଏଭଳି ମନ୍ତବ୍ୟ ଦେଇଛନ୍ତି ବିଜେପି ବିଧାୟକ ବାବୁ ସିଂହ। ସେ କହିଛନ୍ତି, ନିର୍ଦ୍ଦିଷ୍ଟ ବ୍ୟକ୍ତି ଯଦି ଚାହୁଁଥିବେ ତାଙ୍କ ଏଜେଣ୍ଡା ନେଇ ବିଧାନସଭାକୁ ଚଳେଇ ନ ଦେବେ, ତାହା ଗ୍ରହଣୀୟ ନୁହେଁ। କଂଗ୍ରେସର ସଭାପତି ବାହାରେ ରହି ବିଧାନସଭାକୁ ବନ୍ଦ କରାଯିବ ତାହା ଠିକ ନୁହେଁ। ବିଜେଡି ପରୋକ୍ଷରେ କଂଗ୍ରେସକୁ ଆଗକୁ ଟେକି ପଛରୁ ନିଆଁ ତେଜୁଛି। ତାହାବି ସମସ୍ତଙ୍କୁ ଜଣାଅଛି | ଏମିତି ବିଧାନସଭାରେ ଚଳିବ ନାହିଁ। ବିଧାନସଭା କାହା ନିର୍ଦ୍ଦେଶରେ ଚାଲିବ ନାହିଁ, କେବଳ ବାଚସ୍ପତିଙ୍କ ନିଷ୍ପତ୍ତିରେ ଚାଲେ।

Show More

Related Articles

Back to top button