Breaking PLUSଦେଶ ବିଦେଶମୁଖ୍ୟ ଖବର

ଆଉ ଅଳ୍ପ ସମୟ ପରେ ଆସିବ ବାବ୍ରି ମସଜିଦ୍ ଧ୍ୱଂସ ମାମଲାର ରାୟ, ଉତ୍ତରପ୍ରଦେଶରେ ହାଇଆଲର୍ଟ

ଆଜି ଆସିବ ବାବ୍ରି ମସଜିଦ୍ ଧ୍ୱଂସ ମାମଲାର ରାୟ । ଏ ନେଇ ଆଜି ସିବିଆଇ ସ୍ୱତନ୍ତ୍ର ଅଦାଲତରେ ଶୁଣାଣି ହେବ । ଏ ନେଇ ସିବିଆଇର ସ୍ୱତନ୍ତ୍ର ବିଚାରପତି ସୁରେନ୍ଦ୍ର କୁମାର ଯାଦବ କୋର୍ଟ ପରିସରରେ ପହଞ୍ଚିଛନ୍ତି ।

ଆଜି ଆସିବ ବାବ୍ରି ମସଜିଦ୍ ଧ୍ୱଂସ ମାମଲାର ରାୟ । ଏ ନେଇ ଆଜି ସିବିଆଇ ସ୍ୱତନ୍ତ୍ର ଅଦାଲତରେ ଶୁଣାଣି ହେବ । ଏ ନେଇ ସିବିଆଇର ସ୍ୱତନ୍ତ୍ର ବିଚାରପତି ସୁରେନ୍ଦ୍ର କୁମାର ଯାଦବ କୋର୍ଟ ପରିସରରେ ପହଞ୍ଚିଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲାଲ କୃଷ୍ଣ ଆଡଭାନୀ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମୁରଲି ମନୋହର ଯୋଶୀ, ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ ଏହି ଶୁଣାଣିରେ ଉପସ୍ଥିତ ରହିବେ। ବାବ୍ରି ମସଜିଦ୍ ଧ୍ୱଂସ ମାମଲାରେ ମୋଟ୍ ୪୯ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଏହା ମଧ୍ୟରୁ ୧୭ ଅଭିଯୁକ୍ତଙ୍କର ପରଲୋକ ଘଟିଛି । ଅନ୍ୟ ୩୨ ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ମୁରଲି ମନୋହର ଯୋଶୀ ଏବଂ ଉମାଭାରତୀ ପ୍ରମୁଖ । ୬ ଡିସେମ୍ୱର ୧୯୯୨ ମସିହାରେ ବାବ୍ରି ମସଜିଦକୁ କରସେବକମାନେ ଭାଙ୍ଗି ଦେଇଥିଲେ । ଏହାକୁ ନେଇ ଉତ୍ତରପ୍ରଦେଶରେ ଦେଖାଦେଇଥିଲା ସାଂପ୍ରଦାୟିକ ଦଙ୍ଗା ।ଆଜି ଲକ୍ଷ୍ନୌର ସ୍ୱତନ୍ତ୍ର ସିବିଆଇ କୋର୍ଟ ଏହି ମାମଲାର ରାୟ ଶୁଣାଇବେ । ତେବେ ଏହି ରାୟ ପ୍ରକାଶ ବେଳେ କୋର୍ଟରେ ଲାଲକୃଷ୍ଣ ଆଡଭାନୀ, ମୁରଲି ମନୋହର ଯୋଶୀ ଏବଂ ଉମାଭାରତୀ ଉପସ୍ଥିତ ରହିବେ ନାହିଁ ବୋଲି ଜଣାଇଛନ୍ତି । ୨୮ ବର୍ଷ ଧରି ଚାଲିଥିବା ଏହି ମାମଲାରେ ୩୫୧ ଜଣ ଲୋକଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିବା ବେଳେ ୬୦୦ ଦସ୍ତାବିଜ କୋର୍ଟଙ୍କୁ ପ୍ରଦାନ କରାଯାଇଥିଲା ।

Tags
Show More

Related Articles

Back to top button
Close