ଦେଶସ୍ୱାସ୍ଥ୍ୟ

ଅଷ୍ଟ୍ରେଲିଆ କ୍ରିକେଟର ମାଥ୍ୟୁ ୱେଡ ହେଲେ କରୋନା ସଂକ୍ରମିତ

କରୋନା ସଂକ୍ରମିତ ହେଲେ ଅଷ୍ଟ୍ରେଲିଆ କ୍ରିକେଟ ଦଳର ଆଉଜଣେ ଖେଳାଳୀ । ଅଷ୍ଟ୍ରେଲିଆ କ୍ରିକେଟ ଦଳର ୱିକେଟ କିପର ମାଥ୍ୟୁ ୱେଡ କରୋନା ସଂକ୍ରମିତ ହୋଇଛନ୍ତି । ପୂର୍ବରୁ ଅଷ୍ଟ୍ରେଲିଆ ଦଳର ସ୍ପିନ ବୋଲର ଆଡାମ ଜମ୍ପା କରୋନା ଆକ୍ରାନ୍ତ ହୋଇଥିଲାବେଳେ ଦଳର ଦ୍ୱିତୀୟ ଖେଳାଳି ଭାବେ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି ମାଥ୍ୟୁ ୱେଡ । ଏହାପରେ ଇଂଲଣ୍ଡ ବିପକ୍ଷରେ ଖେଳିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ତେବେ ଏହି ମ୍ୟାଚ ଯଦି ୱେଡ ଖେଳିପାରିବେ ନାହିଁ, ତେବେ ତାଙ୍କ ସ୍ଥାନରେ ଡାଭିଡ ୱାର୍ଣ୍ଣର କିମ୍ବା ଗ୍ଲେନ ମ୍ୟାକ୍ସୱେଲ ୱିକେଟ କିପିଙ୍ଗ ଭୂମିକାରେ ନଜର ଆସିବେ । ନିୟମିତ ୱିକେଟ କିପର ନ ହେଲେ ମଧ୍ୟ ଦଳ ପାଇଁ ଏହି ଉପାୟ ଆପଣେଇବେ ଅଷ୍ଟ୍ରେଲିଆର ଅଧିନାୟକ ଆରୋନ ଫିଞ୍ଚ । କାରଣ ବିଶ୍ବକପରେ ଅଷ୍ଟ୍ରେଲିଆ ୧୫ ଜଣିଆ ଦଳରେ ଏକମାତ୍ର ୱିକେଟ କିର ହେଉଛନ୍ତି ମାଥ୍ୟୁ ୱେ । ତାଙ୍କର କେହି ବିକଳ୍ପଙ୍କୁ ବିଶ୍ବକପ ଦଳରେ ସାମିଲ କରିନି ଅଷ୍ଟ୍ରେଲିଆ ।

 ଆଇସିସିର ନିୟମ ଅନୁଯାୟୀ, କରୋନାରେ ସଂକ୍ରମିତ ଖେଳାଳି ଚଳିତ ବିଶ୍ୱକପରେ ଯେକୌଣସି ମ୍ୟାଚ ଖେଳିପାରିବେ । ଅଷ୍ଟ୍ରେଲିଆ ସରକାର ଓ ଅନ୍ତର୍ଜାତୀୟ କ୍ରିକେଟ ପରିଷଦର ସବୁଜ ସଂକେତ ଦେଇଥିବାରୁ ମାଥ୍ୟୁ ୱେଡ ଇଂଲଣ୍ଡ ବିରୋଧରେ ମ୍ୟାଚ ଖେଳିବା ପାଇଁ ଉପଲବ୍ଧ ରହିପାରିବେ । କିନ୍ତୁ ବଡ ବିଷୟ ହେଉଛି ସେ ଖେଳିବା ପାଇଁ ନିଜେ କେତେ ଫିଟ ଅନୁଭବ କରୁଛନ୍ତି

 

Show More

Related Articles

Back to top button