Breaking PLUSଖେଳମୁଖ୍ୟ ଖବର

ଦମଦାର ବିଜୟ ସହ ଫାଇନାଲରେ ଅଷ୍ଟ୍ରେଲିଆ

ମଉଳିଲା ପାକିସ୍ତାନର ଫାଇନାଲରେ ପ୍ରବେଶ ଆଶା

ଚଳିତ ଟି-୨୦ ବିଶ୍ୱକପ ଫାଇନାଲରେ ନିଜ ସ୍ଥାନ ପକ୍କା କଲା ଅଷ୍ଟ୍ରେଲିଆ । ଗତକାଲି ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ୫ ଓ୍ୱିକେଟରେ ପାକିସ୍ତାନକୁ ପରାସ୍ତ କରି ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ । ଷ୍ଟୋନିସ୍‌ ଏବଂ ଓ୍ୱେଡଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ପାକିସ୍ତାନ ପାଖରୁ ମ୍ୟାଚ ଛଡ଼ାଇ ଆଣିଛି ଅଷ୍ଟ୍ରେଲିଆ । ଆସନ୍ତା ୧୪, ଫାଇନାଲ ମ୍ୟାଚରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଓ ନ୍ୟଜିଲାଣ୍ଡ ।

ସେପଟେ ଲଗାତାର ବିଜୟ ପରେ ସେମିଫାଇନାଲରେ ନିରାଶ ହୋଇଛି ପାକିସ୍ତାନ । ୧୭୭ ରନର ବିଜୟ ଲକ୍ଷ ନେଇ ପଡ଼ିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ମାତ୍ର ୯୬ ରନରେ ଦଳ ୫ ଓ୍ୱିକେଟ୍‌ ହରାଇଥିଲା । ପାକିସ୍ତାନ ଜିତିବ ବୋଲି ଆକଳନ ଆରମ୍ଭ ହୋଇଥିବା ବେଳେ ମାର୍କସ ଷ୍ଟୋନିସ୍‌ ଏବଂ ମାଥ୍ୟୁ ଓ୍ୱେଡ୍‌ କମାଲ କରିଥିଲେ । ଷ୍ଟୋନିସ୍‌ ୩୧ ବଲରେ ୪୦ ରନ ଏବଂ ଓ୍ୱେଡ୍‌ ୧୭ ବଲ୍‌ରେ ଅପରାଜିତ ୪୧ ରନ୍‌ କରି ଦଳକୁ ରୋମାଞ୍ଚକର ବିଜୟ ଦେଇଛନ୍ତି ।

ଟି-୨୦ ବିଶ୍ୱକପ ଦ୍ୱିତୀୟ ସେମିଫାଇନାଲରେ ମୁହାଁମୁହିଁ ହୋଇଥିଲେ ପାକିସ୍ତାନ ଏବଂ ଅଷ୍ଟ୍ରେଲିଆ । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା କଙ୍ଗାରୁ ଟିମ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୪ ଓ୍ୱିକେଟ୍‌ ହରାଇ ୧୭୬ ରନ ସଂଗ୍ରହ କରିଥିଲା ପାକିସ୍ତାନ । ଓପନର ମହମ୍ମଦ ରିଜଓ୍ୱାନ ଏବଂ ଫକର୍ ଜମାନ୍‌ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦଳ ବଡ ସ୍କୋର କରିବାକୁ ସକ୍ଷମ ହୋଇଥିଲା । କିନ୍ତୁ ପାକିସ୍ତାନ ହାତରୁ ମ୍ୟାଚ ଛଡ଼ାଇ ନେଇଛି ଅଷ୍ଟ୍ରେଲିଆ ।

Show More

Related Articles

Back to top button