Breaking PLUSଦେଶମୁଖ୍ୟ ଖବର
ତିରୁଅନନ୍ତପୁରମ୍ରେ ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ଟେକାମାଡ଼
3ଦିନରେ ଘଟିଛି ତୃତୀୟ ଘଟଣା

ବୁଧବାର ଦିନ ଅଜ୍ଞାତ ଦୁର୍ବୃତ୍ତମାନଙ୍କ ଟେକାମାଡ଼ରେ କାସରଗୋଡ଼-ତିରୁଅନନ୍ତପୁରମ୍ ‘ବନ୍ଦେ ଭାରତ ଏକ୍ସପ୍ରେସ୍’ କ୍ଷତିଗ୍ରସ୍ତ ହୋଇଛନ୍ତି । ଏହା ହେଉଛି ୩ ଦିନରେ ଏହି ପ୍ରକାରର ୩ୟ ଘଟଣା। ଏହି ଟେକାମାଡ଼ ଘଟଣାରେ ଟ୍ରେନ୍ର ଝରକା କାଚ ନଷ୍ଟ ହୋଇଯାଇଛି।
ରେଳବାଇ ଅଧିକାରୀମାନଙ୍କ କହିବା ଅନୁସାରେ, ଅପରାହ୍ଣ ୪ଟାରୁ ୪.୩୦ ମଧ୍ୟରେ ବଟକରା ନିକଟରେ ଏହି ଟେକା ପଡ଼ିଥିଲା। ବାହାରପଟୁ ଝରକା କାଚ ଭାଙ୍ଗି ଚୂନା ହୋଇଯାଇଛି। କିନ୍ତୁ, ଭିତରେ କୌଣସି ଯାତ୍ରୀ ଆହତ ହୋଇ ନାହାନ୍ତି। ଟ୍ରେନ୍ର ‘ସି-୮’ କୋଚ୍ର ଝରକା ଉପରେ ଏହି ଟେକା ମାଡ଼ ହୋଇଥିଲା।
୩ ଦିନ ତଳେ ଉତ୍ତର କନ୍ନୁର ଜିଲ୍ଲାରେ ୨ଟି ଟ୍ରେନ୍ ଉପରକୁ ଟେକା ମାଡ଼ ହେବା ପରେ ଏହି ଘଟଣା ଘଟିଛି।