Breaking PLUSଓଡ଼ିଶାମୁଖ୍ୟ ଖବର
ଆଠମଲ୍ଲିକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀ ଗିରଫ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନୁଗୁଳ ଆଠମଲ୍ଲିକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି। ଗତକାଲି ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀଙ୍କ ଘର ଓ କାର୍ଯ୍ୟାଳୟ ସହ ଏକକାଳୀନ ୯ ସ୍ଥାନରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା । ରାମଚନ୍ଦ୍ରଙ୍କ ଢେଙ୍କାନାଳ ଗାୟତ୍ରୀ ନଗର ବାସଭବନରୁ ଭିଜିଲାନ୍ସ ଦଳ ୨୧ଟି ଦାମୀ ପ୍ଲଟ, ୧ କୋଟି ୬ ଲକ୍ଷ ୬୬ ହଜାର ଟଙ୍କାର ବ୍ୟାଙ୍କ ଜମା, ୩୫୦ ଗ୍ରାମ ସୁନା ଗହଣା ଓ ଜୁନାଗଡ଼ସ୍ଥିତ ତାଙ୍କ ଜ୍ୱାଇଁଙ୍କ ବାସଭବନରୁ ନଗଦ ୨୩ ଲକ୍ଷ ୯୫ହଜାର ଟଙ୍କା ଠାବ କରିଛନ୍ତି। ଢେଙ୍କାନାଳ ସହରର ୧୫ ନମ୍ବର ୱାର୍ଡ ଗାୟତ୍ରୀନଗର ସ୍ଥିତ ପ୍ଲଟ ନଂ. ୧୨ରେ ତାଙ୍କର ଏକ ଦୁଇମହଲା ବିଶିଷ୍ଟ ୫ହଜାର ବର୍ଗଫୁଟର ଅଟ୍ଟାଳିକା ରହିଥିବା ଭିଜିଲାନ୍ସ ବିଭାଗ ସୂଚନା ଦେଇଛି।