ଅପରାଧଓଡ଼ିଶାସ୍ୱତନ୍ତ୍ରସ୍ୱାସ୍ଥ୍ୟ

ଦିନ ଦ୍ୱିପହରେ ଡିକି ଭାଙ୍ଗି ୨ଲକ୍ଷ ୪୦ ହଜାର ଟଙ୍କା ଲୁଟ୍

ପୋଲିସର ତଦନ୍ତ ଆରମ୍ଭ

କଣ୍ଟାବାଞ୍ଜି : ଦିନ ଦ୍ୱିପହରେ ଡିକି ଭାଙ୍ଗି ୨ଲକ୍ଷ ୪୦ ହଜାର ଟଙ୍କା ଲୁଟ୍ । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ବଙ୍ଗୋମୁଣ୍ଡା ଗୋଳେଇଛକ ନିକଟରେ ଏକ ବ୍ୟବସାୟୀଙ୍କଠାରୁ ୨ ଲକ୍ଷ ଚାଳିଶ ହଜାର ଟଙ୍କା ଲୁଟ୍ କରି ଦୁର୍ବୃତ୍ତମାନେ ଫେରାର୍ ହୋଇ ଯାଇଛନ୍ତି ।

ସୂଚନା ଅନୁଯାୟୀ , ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଭାଲୁମୁଣ୍ଡା ଗାଁର ରୋସନ ମେହେର ନାମକ ଜଣେ ବ୍ୟବସାୟୀ କଣ୍ଟାବାଞ୍ଜି SBI ମୁଖ୍ୟବ୍ରାଞ୍ଚରୁ ୨ ଲକ୍ଷ ୪୦ ହଜାର ଟଙ୍କା ଉଠାଇ ନିଜ ସ୍କୁଟିର ଡିକିରେ ରଖି ଭାଲୁମୁଣ୍ଡା ବାହାରିଥିଲେ । ରାସ୍ତା ଉପରେ ସ୍କୁଟି ରଖି ମେଡ଼ିସିନ କିଣିବାକୁ ବଙ୍ଗୋମୁଣ୍ଡା ଗୋଲେଇ ଛକ ନିକଟରେ ଥିବା ମେଡ଼ିସିନ୍ ଦୋକାନକୁ ଯାଇଥିଲେ । ଏହି ସମୟରେ ୨ ଜଣ ଲୁଟେରା ସ୍କୁଟିର ଡିକିକୁ ଖୋଲି ସମସ୍ତ ଟଙ୍କାକୁ ଲୁଟି ସେଠାରୁ ଫେରାର୍ ମାରିଥିଲେ ।

ଠିକ ସେହି ସମୟରେ ୨ ଜଣ ଲୁଟେରା ସ୍କୁଟିର ଡିକିକୁ ଖୋଲି ପଲିଥିନରେ ଥିବା ଟଙ୍କାକୁ ଲୁଟି ଫେରାର ମାରିଥିଲେ । ରୋସନ ଲୁଟେରାମାନଙ୍କୁ ଗୋଡେଇ ଥିଲେ ମଧ୍ୟ ସେମାନେ ଫେରାର ମାରିଥିଲେ । ବଙ୍ଗୋମୁଣ୍ଡା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି । ମେଡ଼ିସିନ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜରେ ଲୁଟର ଦୃଶ୍ୟ କଏଦ ହୋଇଛି।

Show More

Related Articles

Back to top button