ଓଡ଼ିଶାସ୍ୱତନ୍ତ୍ର

ଆସନ୍ତା କାଲିଠୁ ଆରମ୍ଭ ହେବ ବିଧାନସଭା ଶୀତକାଳୀନ ଅଧିବେଶନ,୩୪ ପ୍ଲାଟୁନ୍‌ ଫୋର୍ସ ମୁତୟନ

ଆସନ୍ତା କାଲିଠୁ ଆରମ୍ଭ ହେବ ବିଧାନସଭା ଶୀତକାଳୀନ ଅଧିବେଶନ । ଏଥିପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ୨୪ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ ବିଧାନସଭା ଶୀତକାଳୀନ ଅଧିବେଶନ । ଚଳିତ ଶୀତକାଳୀନ ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟ ଦିବସ ରହିବ । ଏହି ଅଧିବେଶନର ପ୍ରଥମ ଦିନ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅତିରିକ୍ତ ବଜେଟ ଆଗତ କରିବେ ।

ତେବେ ଏସବୁକୁ ଦୃଷ୍ଟିରେ ରଖି ବିଧାନସଭାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଡିଜିପି ସୁନୀଲ ବଶଂଲ ବୁଧବାର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ତେବେ ବିଧାନସଭା ପାଇଁ ୩୪ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯିବ। ୫ ଏଡିସିପି, ୧୧ ଡିଏସ୍‌ପି,୧୩ ଆଇଆଇସି, ୬୨ ଏସ୍‌ଆଇ ରହିବେ। ଏହାସହ କାଲିଠାରୁ ଟ୍ରାଫିକ୍‌ ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯିବ। ଅଧିବେଶନ ଶେଷ ଯାଏ ଚାରିପାଖ ରାସ୍ତା ସିଲ୍‌ କରାଯିବ।

 

Show More

Related Articles

Back to top button