Breaking PLUSଓଡ଼ିଶାମୁଖ୍ୟ ଖବର
ଅପରାହ୍ନ 4ଟା ଯାଏ ଗୃହ ମୁଲତବି

ଭୁବନେଶ୍ୱର- ବୁଧବାର ବିଧାନସଭା ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ହୋଇଛି। ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବି ଘୋଷଣା କରିଛନ୍ତି। ପ୍ରଶ୍ନ କାଳ ଆରମ୍ଭରୁ ବିରୋଧୀ ବିଜେଡି ଏବଂ କଂଗ୍ରେସ ପକ୍ଷରୁ ହଟ୍ଟଗୋଳ ଆରମ୍ଭ ହୋଇଥିଲା। ମହିଳାଙ୍କ ସୁରକ୍ଷା ଦାବି ଏବଂ ନିର୍ବାଚନ ଆୟୋଗ ପୁନର୍ଗଠନ ଦାବିରେ ବିରୋଧୀ ସଦସ୍ୟମାନେ ପ୍ରବଳ ହୋହଲ୍ଲା କରିଥିଲେ। ଫଳରେ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ସେମାନଙ୍କୁ ଶାନ୍ତ ହେବାକୁ ବାଚସ୍ପତି କହିଥିଲେ ହେଁ ସଦସ୍ୟମାନେ ଶୁଣି ନ ଥିଲେ। ଫଳରେ ବାଚସ୍ପତି ବାଧ୍ୟ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଥିଲେ। ବିଜେଡି ସଦସ୍ୟମାନେ ଗୃହରୁ ବାହାରକୁ ଆସି ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଛନ୍ତି।