ଦେଶପାଣିପାଗମୁଖ୍ୟ ଖବରସ୍ୱତନ୍ତ୍ର

ବନ୍ୟା ଘେରରେ ଆସାମ,ଭୂସ୍ଖଳନ ଯୋଗୁଁ ୩ ଜଣଙ୍କ ମୃତ୍ୟୁ

ଆସାମ: ବନ୍ୟା ଘେରରେ ଆସାମ । ଆସାମରେ ତାଣ୍ଡବ ରଚିଛି ବନ୍ୟା ।  ବନ୍ୟା ଘେରରେ ରହିଛନ୍ତି ୭ଟି ଜିଲ୍ଲାର ପ୍ରାୟ ୫୭ ହଜାର ଲୋକ । ବନ୍ୟାରେ ପ୍ରଭାବିତ ହୋଇଥିବା ଜିଲ୍ଲାଗୁଡ଼ିକ ହେଲେ କାଚର, ଧେମାଜି, ହୋଜାଇ, କରବି ଆଙ୍ଗଲଙ୍ଗ, ନଅଗାଁ ଓ କାମରୂପ ।

ବନ୍ୟା ଏବଂ ପ୍ରବଳ ବର୍ଷାଯୋଗୁଁ ଆସାମରେ ଭୂସ୍ଖଳନ ମଧ୍ୟ ହୋଇଥିବା ସୂଚନା ମିଳିଛି ଏବଂ ଏହି ଭୂସ୍ଖଳନ ଯୋଗୁଁ ଦିମା ହାସାଓ ଜିଲ୍ଲା ହାଫଲଙ୍ଗ ଅଞ୍ଚଳର ୩ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଅଛନ୍ତି ଜଣେ ମହିଳା । ଲଗାତୀର ବର୍ଷା ଯୋଗୁଁ ଆସାମ ଓ ପଡୋଶୀ ରାଜ୍ୟ ମେଘାଳୟ, ଅରୁଣାଞ୍ଚଳ ପ୍ରଦେଶରେବିଭିନ୍ନ ନଦୀନାଳର ଜଳସ୍ତର ବଢିଛି । ଆସାମର କୋପିଲି ନଦୀରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ପାଣି ଘେରରେ ଥିବା ଲୋକଙ୍କୁ ପ୍ରଶାସନ ବଣ୍ଟନ କରିଛି ଶୁଖିଲା ଖାଦ୍ୟ । ପାରା-ମିଲିଟାରି ଫୋର୍ସ, ଏସଡିଆରଏଫ ଟିମ୍‌ ଓ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟରେ ଲାଗିଛି । ବନ୍ୟା ଯୋଗୁଁ ହୋଜାଇ, ଲଖୀମପୁର, ନାଗା ଜିଲ୍ଲାରେ ବହୁ ରାସ୍ତାଘାଟ, ବ୍ରିଜ ଓ କେନାଲ ଧୋଇଯାଇଛି । ତେବେ ବନ୍ୟାରେ ହୋଇଥିବା କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିଗସ୍ତଲୋକଙ୍କୁ ଏହାର କ୍ଷତିପୂରଣ ଦେବା ନେଇ ଘୋଷଣା କରିଛନ୍ତି ସରକାର ।

ସେହିପରି ଡିମା ହାସାଓ ଜିଲ୍ଲାର ଡିଟୋକଚେରା ରେଳଷ୍ଟେସନ ଟ୍ରେନରେ ଫସି ରହିଥିବା ଯାତ୍ରୀଙ୍କୁ ବାୟୁସେନାର MI-17 ହେଲିକପ୍ଟର ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରିଛି । ପ୍ରବଳ ବର୍ଷା ଯୋଗୁଁ ଟ୍ରେନଟି ଟ୍ରାକରେ ଫସି ରହିଥିଲା । ସ୍ଥାନୀୟ ପ୍ରଶାସନର ଅନୁରୋଧକ୍ରମେ ବାୟୁସେନା ସହାୟତା କରିଥିଲା ।

Show More

Related Articles

Back to top button