Breaking PLUSଓଡ଼ିଶାମୁଖ୍ୟ ଖବର

ଓଡ଼ିଶାରେ ଦ୍ୱିତୀୟ ଏମ୍ସ ନିର୍ମାଣ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ

ଓଡିଶାରେ ସ୍ଥାପନ ହୋଇପାରେ ଦ୍ୱିତୀୟ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ(ଏମ୍ସ) ହସ୍ପିଟାଲ । ଦ୍ୱିତୀୟ ଏମ୍ସ ସ୍ଥାପନ ନେଇ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୁଷଣଙ୍କୁ ଚିଠି ଲେଖିଛନ୍ତି

ଓଡିଶାରେ ସ୍ଥାପନ ହୋଇପାରେ ଦ୍ୱିତୀୟ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ(ଏମ୍ସ) ହସ୍ପିଟାଲ । ଦ୍ୱିତୀୟ ଏମ୍ସ ସ୍ଥାପନ ନେଇ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୁଷଣଙ୍କୁ ଚିଠି ଲେଖିଛନ୍ତି । ଦ୍ୱିତୀୟ ଏମ୍ସ ନିର୍ମାଣ ପାଇଁ ସୁନ୍ଦରଗଡରେ ଉପଯୁକ୍ତ ଭିତ୍ତିଭୂମି ରହିଥିବା ନେଇ ମୁଖ୍ୟ ଶାସନ ସଚିବ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି । ରାଜ୍ୟରେ 2012 ମସିହାରରେ ସ୍ଥାପିତ ହୋଇଥିବା ଏମ୍ସରେ ସ୍ୱାସ୍ଥ୍ୟସେବା ଉନ୍ନତ । ମାତ୍ର ସମଗ୍ର ଓଡିଶାକୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବା ନିମନ୍ତେ ଆଉ ଏକ୍ ଏମ୍ସର ଆବଶ୍ୟକତା ରହିଛି । ଉଲ୍ଲେଖଯୋଗ୍ୟ ଯେ, ଭାରତରେ ସମୁଦାୟ 17ଟି ଏମ୍ସ ରହିଥିବା ବେଳେ ଏକମାତ୍ର ରାଜ୍ୟ ଭାବରେ ବିହାରରେ ଦୁଇଟି ଏମ୍ସ ନିର୍ମାଣ ହେବାକୁ ଯାଉଛି ।

ବିହାର ପରି ଓଡିଶାରେ ଆବଶ୍ୟକତା ଏବଂ ଭିତ୍ତି ଭୂମି ରହିଥିବାରୁ ସୁନ୍ଦରଗଡରେ ଦ୍ୱିତୀୟ ଏମ୍ସ ସ୍ଥାପନ ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି । 2025ସୁଦ୍ଧା କେନ୍ଦ୍ର ସରକାର ଆହୁରି 8ଟି ନୂତନ ଏମ୍ସ ନିର୍ମାଣ ଲକ୍ଷ୍ୟ ରଖିଛନ୍ତି । ଏହା ବ୍ୟତିତ ଅରୁଣାଚଳ ପ୍ରଦେଶ, ଗୋଆ, କର୍ଣ୍ଣାଟକ, କେରଳ, ତ୍ରିପୁରା ଏବଂ ମିଜୋରାମରେ ମଧ୍ୟ ଏମ୍ସ ନିର୍ମଶଣର ଯୋଜନା ରହିଛି । ବିହାରର ଦରଭଙ୍ଗାରେ ଦ୍ୱିତୀୟ ଏମ୍ସ ନିର୍ବିତ ହେବାକୁ ଯାଉଥିବା ବେଳେ ଓଡିଶାରେ ମଧ୍ୟ ଦ୍ୱିତୀୟ ଏମ୍ସ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି ।

Show More

Related Articles

Back to top button