Breaking PLUSଓଡ଼ିଶାମୁଖ୍ୟ ଖବର

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ଅସିତ ତ୍ରିପାଠୀ

ଗତବର୍ଷ ମେ' ୧୦ ତାରିଖରେ ବିଜେଡି ନେତା ସୁବାସ ଚୌହ୍ୱାନଙ୍କ ମୃତ୍ୟୁ ପରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଆସନ ଖାଲି ଥିଲା । ଏହି ଆସନ ନେଇ ବିଭିନ୍ନ ନେତାଙ୍କ ନାମକୁ ନେଇ ଚର୍ଚ୍ଚା ହେଉଥିବାବେଳେ ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କୁ ଏହି ଦାୟିତ୍ୱ ମିଳିଛି । ତେବେ ଦାୟିତ୍ୱ ମିଳିବାର ପ୍ରଥମଦିନେ ଶ୍ରୀ ତ୍ରିପାଠୀ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବିଭିନ୍ନ କାର‌୍ୟ୍ୟର ସମୀକ୍ଷା କରିଛନ୍ତି ।

ଗତବର୍ଷ ମେ’ ୧୦ ତାରିଖରେ ବିଜେଡି ନେତା ସୁବାସ ଚୌହ୍ୱାନଙ୍କ ମୃତ୍ୟୁ ପରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଆସନ ଖାଲି ଥିଲା । ଏହି ଆସନ ନେଇ ବିଭିନ୍ନ ନେତାଙ୍କ ନାମକୁ ନେଇ ଚର୍ଚ୍ଚା ହେଉଥିବାବେଳେ ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କୁ ଏହି ଦାୟିତ୍ୱ ମିଳିଛି । ତେବେ ଦାୟିତ୍ୱ ମିଳିବାର ପ୍ରଥମଦିନେ ଶ୍ରୀ ତ୍ରିପାଠୀ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବିଭିନ୍ନ କାର‌୍ୟ୍ୟର ସମୀକ୍ଷା କରିଛନ୍ତି ।

ଏହାସହ ଶ୍ରୀ ତ୍ରିପାଠୀ ଆଜିଠାରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଭାବେ ମଧ୍ୟ ଦାୟିତ୍ୱ ସମ୍ଭାଳିଛନ୍ତି । ଗତ ୩୧ ଡିସେମ୍ବରରେ ମୁଖ୍ୟ ଶାସନ ସଚିବ ପଦରୁ ଅବସର ଗ୍ରହଣ କରିଥିଲେ ଶ୍ରୀ ତ୍ରିପାଠୀ । ଅବସର ପରେ ତାଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଏବଂ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଭାବେ ନୂଆ ନିଯୁକ୍ତି ମିଳିଥିଲା । ଉଭୟ ପଦବିରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

Show More

Related Articles

Back to top button