ଏସିଆ କପ୍- କର ବା ମର ସ୍ଥିତିରେ ବାଲାଂଦେଶ

ଲାହୋର: ଚଳିତ ଏସିଆ କପ୍ର ରବିବାର ଲାହୋରରେ ଗ୍ରୁପ-ବି ର ଏକ ମ୍ୟାଚ ବାଂଲାଦେଶ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ। ଆଫଗାନିସ୍ତାନ ପ୍ରଥମ ମ୍ୟାଚ ଖେଳିବାବେଳେ ବାଂଲାଦେଶ ପାଇଁ ଦ୍ବିତୀୟ ମ୍ୟାଚ ହେବ। ପ୍ରଥମ ମ୍ୟାଚରେ ଶ୍ରୀଲଙ୍କା ନିକଟରୁ ପରାଜିତ ହୋଇଥିବା ବାଂଲାଦେଶକୁ ସୁପର-୪ ଦୌଡ଼କୁ ବଜାୟ ରଖିବା ଲାଗି ଉକ୍ତ ମ୍ୟାଚକୁ ଜିତିବା ଏକାନ୍ତ ଜରୁରୀ।
ସାକିବ୍ ଉଲ୍ ହାସନଙ୍କ ନେତୃତ୍ବାଧିନ ବାଂଲାଦେଶ ପ୍ରଥମ ମ୍ୟାଚରେ ଶ୍ରୀଲଙ୍କା ନିକଟରୁ ୫ ୱିକେଟରେ ପରାଜିତ ହୋଇଥିଲା। ଦଳ ବ୍ୟାଟିଂ ବିପର୍ଯ୍ୟୟ ପାଇଁ ଉକ୍ତ ମ୍ୟାଚରେ ପରାଜୟ ଭୋଗିଥିଲା। ଦଳ ୧୬୪ରନ କରିବାକୁ ସକ୍ଷମ ହୋଇଥିଲା। ନଜମୋଲ ହୋସେନ ସାଣ୍ଟୋ ୮୯କୁ ବାଦ୍ ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ସଫଳ ହୋଇନଥିଲେ।
ମହମ୍ମଦ ନଇମ୍, ତାନଜିଦ୍ ହୋସେନ, ସାକିବ୍ ଅଲ୍ ହାସନ ପ୍ରମୁଖ ବ୍ୟାଟିଂରେ ବିଫଳ ହୋଇଥିଲେ। ବୋଲିଂରେ ତସ୍କିନ ଅହମ୍ମଦ, ସୌରିଫୁଲ୍ ଓ ସାକିବ୍ ଅଲ୍ ହାସନ ୱିକେଟ ହାସଲ କରିଥିଲେ ମଧ୍ୟ ମୁସ୍ତାଫିକ୍ୟୁର ରେହମାନ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଦଳକୁ ଆଫଗାନିସ୍ତାନ ବିପକ୍ଷରେ ବିଜୟ ହାସଲ କରିବାକୁ ହେଲେ ମୁଖ୍ୟତଃ ବ୍ୟାଟିଂ ବିଭାଗରେ ଭଲ ପ୍ରଦର୍ଶନ କରିବାକୁ ପଡିବ।