Breaking PLUSଦେଶମୁଖ୍ୟ ଖବର

ଧାର ଐତିହାସିକ ଭୋଜଶାଲାରେ 13ତମ ଦିନ ଦିନରେ ବି ଏଏସଆଇ ସର୍ଭେ

ଧାର- ମଧ୍ୟପ୍ରଦେଶ ହାଇକୋର୍ଟର ଇନ୍ଦୋର ଖଣ୍ଡପୀଠର ନିର୍ଦ୍ଦେଶ ପରେ ଧାର ଐତିହାସିକ ଭୋଜଶାଲାରେ ଏଏସଆଇ ସର୍ଭେ ବୁଧବାର 13ତମ ଦିନରେ ଜାରି ରହିଛି । ଦିଲ୍ଲୀ ଓ ଭୋପାଳର ଅଧିକାରୀମାନେ 25 ସଦସ୍ୟ ବିଶିଷ୍ଟ ସର୍ଭେ ଟିମ୍ ସକାଳ 8ଟାରେ ଶ୍ରମିକଙ୍କ ସହିତ ଭୋଜଶାଳା ପରିସରରେ ପ୍ରବେଶ କରିଥିଲେ ଏବଂ ବୈଜ୍ଞାନକି ପଦ୍ଧତିରେ ସର୍ଭେ କାମ ଆରମ୍ଭ କରିଥିଲେ । ସର୍ଭେ ଟିମ ସହିତ ହିନ୍ଦୁପକ୍ଷର ଗୋପାଳ ଶର୍ମା, ଆଶିଷ ଗୋଏଲ ଓ ମୁସଲିମ ପକ୍ଷର ଅବଦୁଲ ସମଦ ଖାନ ଭୋଜଶାଳାରେ ଉପସ୍ଥିତ ଥିଲେ । ଏହି ସମୟରେ ବହୁ ସଂଖ୍ୟାରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

Show More

Related Articles

Back to top button