ଦେଶସେଲିବ୍ରିଟିସ୍ୱତନ୍ତ୍ର
ବନ୍ଧୁଙ୍କ ବିବାହ ସମାରୋହରେ ଏକାଠି ନଜର ଆସିଲେ ଆର୍ୟନ ଓ ଅନନ୍ୟା

ଏକାଠି ନଜର ଆସିଲେ ଆର୍ୟନ ଓ ଅନନ୍ୟା । ଜଣେ ବନ୍ଧୁଙ୍କ ଘର ବିବାହ ସମାରୋହରେ ଆର୍ୟନ ଖାନ୍ଙ୍କ ସହ ଅନନ୍ୟା ପାଣ୍ଡେଙ୍କୁ ଏକସଙ୍ଗେ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି ଶାହାରୁଖଙ୍କ ପୁଅ ଆର୍ୟନ ।
ତେବେ ଡ୍ରଗ୍ସ ମାମଲାରେ ଜେଲରୁ ବାହାରିବା ପରଠାରୁ ସେ ତାଙ୍କର ଅଭିନୟ ଆରମ୍ଭ କରିଛନ୍ତି।ଗତ ବର୍ଷ ଡ୍ରଗ୍ସ ମାମଲାରେ ଆର୍ୟନ ଗିରଫ ହୋଇ ଜେଲ୍ ଯାଇଥିଲେ। ପରେ ଜାମିନରେ ଆସିଥିଲେ। ଶନିବାର ତାଙ୍କୁ ଏକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା। ତାଙ୍କ ସହ ତାଙ୍କ ପିଲାଦିନର ବନ୍ଧୁ ତଥା ଅଭିନେତ୍ରୀ ଅନନ୍ୟା ପାଣ୍ଡେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବାର ନଜର ଆସିଥିଲେ। ସୋସିଆଲ ମିଡିଆରେ ଅନନ୍ୟା ଏବଂ ଆର୍ୟନଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଫୋଟରେ ଅନନ୍ୟା ପାଣ୍ଡେ ଏକ ଟପ୍ ସହ ଡେନିମ ଜିନ୍ସ ପନ୍ଧିଥିବାବେଳେ ଆର୍ୟନ ଏକ କଳା ଟି-ଶର୍ଟରେ ନଜର ଆସିଛନ୍ତି ।