ଓଡ଼ିଶାଦେଶବ୍ୟକ୍ତିତ୍ୱମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ଓଡିଶାରେ ପହଞ୍ଚିଲେ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିଲେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇ ବିମାନବନ୍ଦରରୁ ରାଜ୍ୟ ଅତିଥି ଭବନକୁ ପାଛୋଟି ନିଆଯାଇଛି। ଦ୍ରୌପଦୀଙ୍କୁ ସ୍ୱାଗତ କରିବା ପାଇଁ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବହୁ ସ୍ୱେଚ୍ଛାସେବୀ ସଙ୍ଗଠନର କର୍ମୀ, ବିଜେପି ଓ ବିଜେଡିର ବହୁ ତୁଙ୍ଗ ନେତା ଉପସ୍ଥିତ ଥିଲେ। ଏହି ସମୟରେ ଏୟାରପୋର୍ଟରେ ଅସମ୍ଭବାଳ ଭିଡ଼ ଜମିଥିଲା।

ତେବେ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ ଅତିଥି ଭବନରେ କିଛି ସମୟ ରହିବା ପରେ ବିଧାନସଭାର ନୂତନ ସମ୍ମିଳନୀ କକ୍ଷକୁ ଯିବେ। ସେଠାରେ ବିଜେଡିର ସମସ୍ତ ବିଧାୟକ ଓ ସାଂସଦଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହେବ। ରାଷ୍ଟ୍ରପତି ନିର୍ବାଚନ ନେଇ ଶ୍ରୀମତୀ ମୁର୍ମୁ ସେମାନଙ୍କ ସହିତ ଆଲୋଚନା କରିବେ। ବିଧାନସଭାରୁ ଫେରିବା ପରେ ପୁଣି ଥରେ ରାଜ୍ୟ ଅତିଥି ଭବନରେ ବିଜେପି ବିଧାୟକ ଓ ସାଂସଦଙ୍କ ସହ ଶ୍ରମତୀ ମୁର୍ମୁ ଆଲୋଚନା କରିବେ।

ଏହାପରେ ମଧ୍ୟାହ୍ନରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରାୟ ୩୦ ମିନିଟର ଆଲୋଚନା କରିବେ। ଏହାପରେ ଶ୍ରୀମତୀ ମୁର୍ମୁ ଦିନ ୧ଟାରେ ଭୁବନେଶ୍ୱରରୁ ଚାଟାର୍ଡ ଫ୍ଲାଇଟରେ ଲକ୍ଷ୍ନୌ ଯିବାର କାର୍ଯ୍ୟକ୍ରମ ରହିଛି।

Show More

Related Articles

Back to top button