Breaking PLUSଓଡ଼ିଶାମୁଖ୍ୟ ଖବର

ଆଜିଠୁ ଶିକ୍ଷକଙ୍କ ବଦଳି ପାଇଁ ଆବେଦନ

ନିଜ ନିର୍ବାଚନ ମଣ୍ଡଳୀର ସର୍ବାଧିକ ୧୫ ଶିକ୍ଷକ (ପ୍ରାଥମିକ ଓ ମାଧ୍ୟମିକ)ଙ୍କ ବଦଳି ସୁପାରିସ କରିପାରିବେ ବିଧାୟକ ଓ ସାଂସଦ। ଶିକ୍ଷକ ବଦଳି ନେଇ ନୂଆ ନିୟମ ଆସିବା ପରେ ସଂଶୋଧିତ କ୍ୟାଲେଣ୍ଡର ଜାରି ହୋଇଛି। ଆନ୍ତଃ ଜିଲା ପ୍ରାଥମିକ ଶିକ୍ଷକ ବଦଳି କ୍ଷେତ୍ରରେ ଜାରି କ୍ୟାଲେଣ୍ଡର ଅନୁସାରେ, ଆଜିଠୁ  ମେ ୩୦ ତାରିଖ ପର୍ଯ୍ୟନ୍ତ ପୋର୍ଟାଲରେ ଶିକ୍ଷକମାନେ ଆବେଦନ କରିପାରିବେ। ଜୁନ ୩ରେ ବିଇଓଙ୍କ ଦ୍ବାରା ପ୍ରସ୍ତାବ ଡିଇଓଙ୍କୁ ପଠାଯିବ। ଜୁନ ୫ରେ ନିର୍ଦେଶକଙ୍କୁ ପ୍ରସ୍ତାବ (ଆନ୍ତଃଜିଲା) ପଠାଯିବ। ଜୁନ ୯ରେ ପ୍ରାଥମିକ ଶିକ୍ଷା ନିର୍ଦେଶକ/ଡିଏଲଟିସିଙ୍କ ଦ୍ବାରା ଅନୁମୋଦନ ପ୍ରଦାନ କରାଯିବ। ଜୁନ ୧୧ରେ ଓସେପା ୱେବ୍‌ସାଇଟ୍‌ରେ ବଦଳି ତାଲିକା ପ୍ରକାଶ ପାଇବ। ସେହିଦିନ ବଦଳି ଆଦେଶ ଜାରି ହେବ। ଜୁନ ୧୩ରେ ଶିକ୍ଷକ ଯୋଗଦେବେ।

Show More

Related Articles

Back to top button