ବର୍ଷା ଅନୁଭବ ମାମଲା- ଅନୁଭବଙ୍କ ଆବେଦନ ଉପରେ ପୂର୍ଣ୍ଣଚ୍ଛେଦ ପକାଇଲେ ହାଇକୋର୍ଟ
ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ମଧ୍ୟରେ ଚାଲିଥିବା ବିବାଦ ଗୁରୁବାରରେ ଆଉ ଏକ ମୋଡ଼ ନେଇଛି । ଅନୁଭବଙ୍କ ଆବେଦନ ଉପରେ ପୂର୍ଣ୍ଣଛେଦ ଟାଣିବା ସହ ଆଜି ମାମଲାର ଅନ୍ତ ଘଟାଇଛନ୍ତି ହାଇକୋର୍ଟ ।

ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ମଧ୍ୟରେ ଚାଲିଥିବା ବିବାଦ ଗୁରୁବାରରେ ଆଉ ଏକ ମୋଡ଼ ନେଇଛି । ଅନୁଭବଙ୍କ ଆବେଦନ ଉପରେ ପୂର୍ଣ୍ଣଛେଦ ଟାଣିବା ସହ ଆଜି ମାମଲାର ଅନ୍ତ ଘଟାଇଛନ୍ତି ହାଇକୋର୍ଟ ।
ଯେହେତୁ ପାରିବାରିକ ଅଦାଲତରେ ଶୁଣାଣି ପ୍ରକ୍ରିୟା ଆରମ୍ଭ ହେବା ଅବସ୍ଥାରେ ଅଛି , ତେଣୁ ସେ ସଂକ୍ରାନ୍ତରେ ଆଉ କିଛି ନିର୍ଦେଶ ଦେବାର ଆବଶ୍ୟକତା ନାହିଁ ବୋଲି କୋର୍ଟ କହିଛନ୍ତି । ବର୍ଷା ଏବଂ ଅନୁଭବ ପରସ୍ପରକୁ ଦୋଷାରୋପ କରି ଫାମିଲି କୋର୍ଟଙ୍କୁ ଦ୍ବାରସ୍ଥ ହୋଇଛନ୍ତି , ତେବେ ମାମଲାର ଶୁଣାଣି ହେବା ଆଗରୁ ଉଭୟଙ୍କୁ କଂସିଲେଶନ ଜରିଆରେ ବିବାଦର ଅନ୍ତ ଘଟାଇବା ଲାଗି ସୁଯୋଗ ଦେଇଥିଲେ ଅଦାଲତ । ଏକାଧିକ ବାର କନ୍ସିକେଶନ ପାଇଁ ଉଭୟ ଆସିଥିଲେବି ତାହା ଫଳପ୍ରଦ ହୋଇନଥିଲା ।
ତେବେ ଅନେକ ବାର୍ କଂସିଲେଶନ ପାଇଁ ବର୍ଷା ଅନୁପସ୍ଥିତ ରହୁଥିବାର ସାନି ଅଭିଯୋଗ କରିଥିଲେ ଅନୁଭବ, ଏବଂ ଫାମିଲି କୋର୍ଟ ମାମଲାର ତ୍ୱରିତ ଶୁଣାଣି କରନ୍ତୁ ବୋଲି ଆବେଦନ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ସାଂସଦ ଅନୁଭବ ମହାନ୍ତି । ଯାହାର ଆଜି ଅନ୍ତ ଘଟାଇଛନ୍ତି ହାଇକୋର୍ଟ । ତେଣେ ଅନୁଭବଙ୍କ ଓକିଲ କହିଛନ୍ତି ଯେ , ନିମ୍ନ ଅଦାଲତରେ କନ୍ସିଲେସନ୍ ପ୍ରକ୍ରିୟା ଏକ ପ୍ରକାର ବନ୍ଦ ହୋଇସାରିଛି , ଏବଂ ଉଭୟ ପକ୍ଷଙ୍କ ଆବେଦନ ଉପରେ ଶୁଣାଣି ଆରମ୍ଭ ହେବାକୁ ଯାଉଛି । ତେଣୁ ଆଗକୁ କଟକ ଫାମିଲି କୋର୍ଟରେ କେମିତି ତ୍ୱରିତ ଶୁଣାଣି ହୋଇପାରିବ , ସେନେଇ ଚେଷ୍ଟା କରିବେ ବୋଲି ସୂଚନା ଦେଇଛନ୍ତି ।