Breaking PLUSଓଡ଼ିଶାମୁଖ୍ୟ ଖବର

୨୮ରେ ଆଉ ଏକ ଲଘୁଚାପ, ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ

ରାଜ୍ୟରେ ୨୮ରୁ ବଙ୍ଗୋପସାଗର ତଥା ତାର ନିକଟବର୍ତ୍ତୀ ଅଞ୍ଚଳରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ପାଣିପାଗ କେନ୍ଦ୍ର ସ୍ପଷ୍ଟ କରିଛି । ଫଳରେ ରାଜ୍ୟରେ ବର୍ଷା ପରିମାଣ ଆହୁରି ବଢ଼ିବ ବୋଲି ପୂର୍ବାନୁମାନ କରାଯାଇଛି ।

ରାଜ୍ୟରେ ୨୮ରୁ ବଙ୍ଗୋପସାଗର ତଥା ତାର ନିକଟବର୍ତ୍ତୀ ଅଞ୍ଚଳରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ପାଣିପାଗ କେନ୍ଦ୍ର ସ୍ପଷ୍ଟ କରିଛି । ଫଳରେ ରାଜ୍ୟରେ ବର୍ଷା ପରିମାଣ ଆହୁରି ବଢ଼ିବ ବୋଲି ପୂର୍ବାନୁମାନ କରାଯାଇଛି ।
ସେପଟେ ଉପରମୁଣ୍ଡରେ ବଢ଼ିଥିବା ବର୍ଷା ସକାଶେ ଦକ୍ଷିଣ ଓଡ଼ିଶାରେ ପ୍ରବାହିତ ଗୋଦାବରୀ ଓ ଉତ୍ତର ଓଡ଼ିଶାରେ ପ୍ରବାହିତ ବୈତରଣୀ ନଦୀର ଜଳସ୍ତର ଫୁଲିବାରେ ଲାଗିଛି । ପ୍ରବଳ ବର୍ଷା କାରଣରୁ ଆଖୁଆପଦାଠାରେ ବୈତରଣୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ବିପଦ ସଙ୍କେତ ୧୭.୮୩ ଥିଲାବେଳେ ଏବେ ୧୭.୯୪ ମିଟର ଉପରେ ଜଳ ପ୍ରବାହିତ ହେଉଛି । ଫଳରେ ବନ୍ୟା ଜଳ ନଦୀରେ ଆସିବା ସହ ବିପଦ ସଙ୍କେତ ଆଡ଼କୁ ଗତି କରୁଥିବା ସୂଚନା ମିଳିଛି । ସେହିପରି ସୀମାନ୍ତ ତେଲେଙ୍ଗାନାର ଭଦ୍ରାଚଳମ୍‌ରେ ବିପଦ ସଙ୍କେତ ଛୁଇଁଛି ଗୋଦାବରୀ ନଦୀ । ନଦୀର ଜଳସ୍ତର ତେଲେଙ୍ଗାନାର ଭଦ୍ରାଚଳମଠାରେ ୪୩ ଫୁଟ ଛୁଇଁବା ପରେ ପ୍ରଥମ ବିପଦ ସଂକେତ ଜାରି ହୋଇଛି । ଏବେ ୧୫ଟି ଗେଟ ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି ।

ପ୍ରବଳ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାରେ ବନ୍ୟା ଆଶଙ୍କା ଦେଖାଦେଇଛି । ବର୍ଷା ଲାଗି ରହିଥିବାରୁ ଗୋଦାବରୀ ନଦୀ କୁଳିଆ ତଳିଆ ଅଞ୍ଚଳରେ ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇଛି । ସୂଚନାଥାଉ କି, ଗୋଦାବରୀ ନଦୀ ସହ ମାଲକାନଗିରି ଜିଲ୍ଲାର ସିଲେରୁ ଓ ସବେରୀ ନଦୀ ସିଧା ମିଶିଛି । ଏହାବାଦ ଜିଲ୍ଲାର ଛୋଟ ବଡ ନଦୀ ଗୁଡିକ ସିଲେରୁ ଓ ସବେରୀ ସହ ମିଶିଛି । ଏବେବି ମାଲକାନଗିରି ଜିଲ୍ଲାରେ ବର୍ଷାର ପରିମାଣ କମ୍ ଥିଲେ ମଧ୍ୟ ଉପରମୁଣ୍ଡରେ ଅଧିକ ବର୍ଷା କାରଣରୁ ଜିଲ୍ଲାରେ ବନ୍ୟା ସ୍ଥିତି ଉପୁଜିଛି । ଲଗାଣ ବର୍ଷା ଯୋଗୁ ମୋଟୁ ସମେତ ନଦୀ ଆଖପାଖ ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ପ୍ରଶାସନ ଏହା ଉପରେ ସତର୍କ ନଜର ରଖିଥିବା ବେଳେ ଜରୁରୀକାଳୀନ ପରିସ୍ଥିତି ପାଇଁ ପଦକ୍ଷେପ ନିଆଯାଉଥିବା ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ପାଇଛି ।

Show More

Related Articles

Back to top button