ଓଡ଼ିଶାସ୍ୱତନ୍ତ୍ର

ବଡମ୍ବା ରେଞ୍ଜରେ ପୁଣି ଆଉ ଏକ ହାତୀ କଙ୍କାଳ ଦୃଶ୍ୟମାନ

ଭୁବନେଶ୍ୱର: ବଡମ୍ବା ରେଞ୍ଜ ଅଞ୍ଚଳରେ ପୁଣି ଆଉ ଏକ ହାତୀ କଙ୍କାଳ ଦୃଶ୍ୟମାନ । ରାଜ୍ୟରେ ହାତୀଙ୍କ ସୁରକ୍ଷାକୁ ନେଇ ବାରମ୍ବାର ପ୍ରଶ୍ନ ଉଠୁଥିବାବେଳେ ବିଭିନ୍ନ ସ୍ଥାନରେ ହାତୀ ଅସୁରକ୍ଷିତ ହୋଇ ରହିଥିବା ଦେଖିବାକୁ ମିଳୁଛି । ନରସିଂହପୁର ଜଙ୍ଗଲରେ ହାତୀକୁ ଗୁଳିବଦ୍ଧ ହାତୀର ମୃତ୍ୟୁ ପରେ ଏବେ ଏହା ପ୍ରାୟତଃ ସ୍ପଷ୍ଟ ହୋଇଯାଇଛି । ଏବେ ପୁଣି ଆଉ ଏକ ହାତୀର କଙ୍କାଳ ଉଦ୍ଧାର ହୋଇତିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, ଆଠଗଡ ବନଖଣ୍ଡ ଚନ୍ଦ୍ରଗିରି ଜଙ୍ଗଲରୁ ଗୋଟିଏ ହାତୀର କଙ୍କାଳ ଉଦ୍ଧାର କରାଯାଇଛି । ଜାନିପଦର ବିଟ ହାଉସ ଖାରୋଡ ଗାଁ ନିକଟରୁ ଏହି କଙ୍କାଳ ଉଦ୍ଧାର କରାଯାଇଥିବା ଜଣାଯାଇଛି । କଙ୍କାଳ ମିଳିବା ନେଇ ଡିଏଫଓ ସୁଦର୍ଶନ ଗୋପିନାଥ ଯାଦବ ମଧ୍ୟ ସ୍ୱୀକାର କରିଛନ୍ତି । ପୂର୍ବରୁ ଏଠାରେ ଦୁଇଟି ହାତୀର କଙ୍କାଳ ମିଳିଥିଲା । ତେବେ ଏହି ସ୍ଥାନକୁ ଭଲଭାବରେ ଚେକ କରିବାରୁ ଏବଂ ଖୋଳତାଡ କରିବାରୁ ଆଉ ଏକ ହାତୀର କଙ୍କାଳ ମଧ୍ୟ ଉଦ୍ଧାର କରାଯାଇଛି । ଏହି କଙ୍କାଳଟି ଗୋଟିଏ ଦନ୍ତା ହାତୀର ବୋଲି ଜଣାଯାଇଥିଲେ ବି ହାତୀର କୌଣସି ଦାନ୍ତ ମିଳିନାହିଁ । ଯାହାକୁ ନେଇ ଅସନ୍ତୋଷ ଦେଖାଯାଇଛି । ତୃତୀୟ କଙ୍କାଳ ମିଳିବା ପରେ ଘଟଣାରେ ସମ୍ପୃକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ବିଭିନ୍ନ ଜଙ୍ଗଲରେ ରହୁଥିବା ହାତୀଙ୍କ ସୁରକ୍ଷା ଏବଂ ପ୍ରଶାସନର ବ୍ୟବସ୍ଥା ଉପରେ ଉଠିଛି ପ୍ରଶ୍ନବାଚୀ । ନରସିଂହପୁରରେ ହାତୀକୁ ଗୁଳିମାଡ ପରେ ଗତକାଲି ହାତୀର ମୃତ୍ୟୁ ହୋଇଛି ।

Show More

Related Articles

Back to top button