ଦେଶରାଜନୀତି

ଭାରତ ଯୋଡ଼ୋ ଯାତ୍ରା ସମୟରେ ଚାଲିଗଲା ଆଉ ଜଣେ କଂଗ୍ରେସ ନେତାଙ୍କ ଜୀବନ

ଏବେବି ଭାରତ ଯୋଡ଼ୋ ଯାତ୍ରା ଜାରି ରହିଛି । ତେବେ କଂଗ୍ରେସର ଏହି ଯୋଡ଼ୋ ଯାତ୍ରା ସମୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଏଥିରେ ସାମିଲ ଥିବା ଆଉ ଜଣେ କଂଗ୍ରେସ ନେତାଙ୍କ ପରଲୋକ ଘଟିଛି । ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ମାଙ୍ଗିଲାଲ ଶାହା । ତେବେ ମାଙ୍ଗିଲାଲଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି ରାହୁଲ ଗାନ୍ଧୀ ।

ବର୍ତ୍ତମାନ ମଧ୍ୟପ୍ରଦେଶର ଆଗର ମାଲୱା ଜିଲ୍ଲାରେଭାରତ ଯୋଡା ଯାତ୍ରା ଜାରି ରହିଛି । ଏହି ଯାତ୍ରାରେ ଯୋଗଦେବା ପାଇଁ ଜିରାପୁରର ବାସିନ୍ଦା ତଥା କଂଗ୍ରେସ ନେତା ମାଙ୍ଗିଲାଲ ଶାହା ତାଙ୍କ ଗାଡିରେ ଆଗର ମାଲୱା ଠାରେ ପହଞ୍ଚିଥିଲେ । ଏହି ସ୍ଥାନରେ ତାଙ୍କୁ ହୃଦଘାତ ହୋଇଥିଲା । ହୃଦଘାତ ଯୋଗୁଁ ତାଙ୍କୁ ସୁସନରର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ପ୍ରିୟବ୍ରତ ସିଂ ମଧ୍ୟ ତାଙ୍କ ସମର୍ଥକଙ୍କ ସହ ଡାକ୍ତରଖାନାରେ ପହଞ୍ଚିଥିଲେ । ମୃତ ମାଙ୍ଗିଲାଲଙ୍କ ମୃତଦେହ ବ୍ୟବଚ୍ଛେଦ କରାନଯାଇ ଏକ ଘରୋଇ ଗାଡିରେ ଜିରାପୁରକୁ ନିଆଯାଇଥିଲା ।

ଏହାପୂର୍ବରୁ ମହାରାଷ୍ଟ୍ରର ନାନ୍ଦେଡ ଜିଲ୍ଲାରେ ଯୋଗ ଦେଇଥିବା କୃଷ୍ଣକାନ୍ତ ପାଣ୍ଡେଙ୍କର ହୃଦଘାତରେ ମୃତ୍ୟୁ ଘଟିଥିଲା । ମୃତ କୃଷ୍ଣକାନ୍ତ ପାଣ୍ଡେ କଂଗ୍ରେସ ସେବା ଦଳର ସାଧାରଣ ସମ୍ପାଦକ ଥିଲେ ।

Show More

Related Articles

Back to top button