Breaking PLUSଓଡ଼ିଶାମୁଖ୍ୟ ଖବର

ଝରାଫୁଲ ମୃତ୍ୟୁ ଘଟଣାର ସମ୍ପୃକ୍ତ ଥିବା ଅନ୍ୟ ଜଣେ ଅଭିଯୁକ୍ତ ଗିରଫ

ବହୁଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ନାଏକ ମୃତ୍ୟୁ ଘଟଣାରେ ସମ୍ପୃକ୍ତ ଥିବା ଆଉ ଜଣେ ଅଭିଯୁକ୍ତକୁ ଯାଜପୁର ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଭୁବନେଶ୍ୱର ସୁନ୍ଦରପଦା ଅଂଚଳର ଅମରେଶ ରାଉତ।

ବହୁଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ନାଏକ ମୃତ୍ୟୁ ଘଟଣାରେ ସମ୍ପୃକ୍ତ ଥିବା ଆଉ ଜଣେ ଅଭିଯୁକ୍ତକୁ ଯାଜପୁର ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଭୁବନେଶ୍ୱର ସୁନ୍ଦରପଦା ଅଂଚଳର ଅମରେଶ ରାଉତ। ଓୟୋ ଗେଷ୍ଟ ହାଉସ ବୁକ କରିବା ସହ ଝରାଫୁଲ ହତ୍ୟା ଷଡ଼ଯନ୍ତ୍ରରେ ଝରାଫୁଲଙ୍କ ପୁରୁଷ ବନ୍ଧୁ ରାକେଶକୁ ସହଯୋଗ କରିଥିଲା ଅମରେଶ । ପୋଲିସ ତଦନ୍ତରୁ ଏହା ଜାଣିବା ପରେ ଆଜି ଅଭିଯୁକ୍ତ ଅମରେଶକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ବୋଲି ଯାଜପୁର ଏସପି ରାହୁଲ ପି.ଆର ସୂଚନା ଦେଇଛନ୍ତି l

ତେବେ ଘଟଣାର ଅନ୍ୟତମ ଅଭିଯୁକ୍ତ କୁହାଯାଉଥିବା ଶକ୍ତି ଶେଖର ସ୍ୱାଇଁ ଓରଫ ଶେଖର ଏଯାବତ ପୋଲିସ ଧରିବାରେ ସକ୍ଷମ ହୋଇ ପାରିନାହିଁ । ଘଟଣାର ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁ ଏବେ ଜେଲରେ ଥିବା ବେଳେ ଶେଖରକୁ ଧରିବା ପାଇଁ ଯାଜପୁର ପୋଲିସ ଓ କମିଶନରେଟ ପୋଲିସର ଏକ ସ୍ୱତନ୍ତ୍ର ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। କିନ୍ତୁ ସଫଳତା ପାଇ ପାରିନାହିଁ l ତେବେ ଝରାଫୁଲ ମୃତ୍ୟୁ ଘଟଣାର ରହସ୍ୟ ଉପରୁ ଯାଜପୁର ପୋଲିସ ଏଯାବତ ପରଦା ହଟାଇ ପାରିନାହିଁ। ଏହି ମୃତ୍ୟୁ ଘଟଣା ର ସମ୍ପୂର୍ଣ ପରଦାଫାର୍ସ ଉନ୍ମୋଚନ ହେବ ବୋଲି ପୋଲିସ ତଦନ୍ତ ଚଳାଇଛି । ଆଉ ଜଣେ ଅଭିଯୁକ୍ତକୁ ଧରିବା ପାଇଁ ଜାଲ ବିଛାଇଛି l

Show More

Related Articles

Back to top button