ମନୋରଞ୍ଜନମୁଖ୍ୟ ଖବରସେଲିବ୍ରିଟି

ପୁଣି ବୟକଟ୍‌ ଟ୍ରେଣ୍ଡ, ଏବେ ସୈଫ ଅଲି ଖାନ୍‌ଙ୍କ ପାଳି ପଡିଛି

ମୁମ୍ବାଇ: ବଲିଉଡକୁ ଘାରିଛି ବୟକଟ୍‌ ଭୟ। ଯେଉଁ ହିନ୍ଦୀ ଫିଲ୍ମ ରିଲିଜ ହେଉଛି ତାକୁ ନେଇ ସୋଶିଆଲ ମିଡିଆରେ ବୟକଟ୍‌ ଟ୍ରେଣ୍ଡ ଆରମ୍ଭ ହୋଇଯାଉଛି। ଏହି ବୟକଟ୍‌ ଟ୍ରେଣ୍ଡରୁ ବଲିଉଡର ବଡ ବଡ ଷ୍ଟାର୍‌ମାନେ ବାଦ୍‌ ପଡିନାହାନ୍ତି। ଆମୀର ଖାନ୍‌ଙ୍କ ଠାରୁ ଆରମ୍ଭ କରି ଅକ୍ଷୟ କୁମାର, ରଣବୀର କପୁରଙ୍କ ଯାଏଁ ସମସ୍ତ ଫିଲ୍ମକୁ ସୋଶିଆଲ ମିଡିଆରେ ବୟକଟ୍‌ର ସାମ୍ନା କରୁଛନ୍ତି। ଏବେ ପାଳି ପଡିଛି ସୈଫ ଅଲି ଖାନ୍‌ଙ୍କ । ଆଉ ଦିନକ ପରେ ରିଲିଜ ହେବ ବହୁ ପ୍ରତିକ୍ଷିତ ଫିଲ୍ମ ‘ବିକ୍ରମ ବେଧା’। ତେବେ ଫିଲ୍ମ ରିଲିଜ ପୂର୍ବରୁ ହିଁ ଆରମ୍ଭ ହୋଇଗଲାଣି ବୟକଟ୍‌ ଟ୍ରେଣ୍ଡ। ସୋଶିଆଲ ମିଡିଆରେ ଫିଲ୍ମକୁ ନେଇ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଯାଇଛି। ସୋଶିଆଲ ମିଡିଆରେ ସୈଫ ଅଲି ଖାନ୍‌ଙ୍କ ଏକ ପୁରୁଣା ଭିଡିଓ ଜୋରସୋର୍‌ରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସୈଫ ‘ରାମଙ୍କ ନାଁରେ ସେ ନିଜ ପୁଅର ନାଁ ରଖିପାରିବେ ନାହିଁ’ ବୋଲି କହୁଥିବା ଶୁଣିବାକୁ ମିଳୁଛି। ଏହି ଭିଡିଓରେ କରୀନା କପୁର ମଧ୍ୟ ନଜର ଆସିଛନ୍ତି। କରୀନା ତାଙ୍କ ପୁଅ ତୈମୁରଙ୍କ ନାଁ ନେଇ ମୁଗଲମାନଙ୍କ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି। ସୈଫ ଓ କରୀନାଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ପରେ ଫ୍ୟାନ୍‌ମାନେ ରାଗିଯାଇଛନ୍ତି। ଅନେକ ୟୁଜର୍ସ ଅଭିନେତା ସୈଫ ଅଲି ଖାନ୍‌ଙ୍କ ଉପରେ ନିଜ କ୍ରୋଧ ପ୍ରକାଶ କରିଛନ୍ତି। ଏଥିସହ ତାଙ୍କ ଫିଲ୍ମ ‘ବିକ୍ରମ ବେଧା’କୁ ବୟକଟ୍‌ କରିବା ପାଇଁ ଦାବି କରିଛନ୍ତି। ଯଦି ତାଙ୍କ ପତ୍ନୀ କରୀନା କପୁର ତେବେ ତାଙ୍କ ପୁଅଙ୍କ ନାଁ ସେ ରାମ କାହିଁକି ରଖିପାରିବେ ନାହିଁ? ବୋଲି ଜଣେ ୟୁଜର୍ସ ସୋଶିଆଲ ମିଡିଆରେ ପ୍ରଶ୍ନ କରିଛନ୍ତି। ସେହିପରି ଆଉ ଜଣେ ୟୁଜର୍ସ କହିଛନ୍ତି, ‘ଆମେ ଅରିଜନାଲ ଫିଲ୍ମ ଦେଖିସାରିଛୁ, ତେଣୁ ଆଉ ଥରେ କାହିଁକି ଦେଖିବୁ? ଆସନ୍ତା ୩୦ ତାରିଖରେ ରିଲିଜ ହେବ ଫିଲ୍ମ ‘ବିକ୍ରମ ବେଧା’। ଏହାର ଲିଡ୍‌ ରୋଲରେ ସୈଫ ଅଲି ଖାନ୍‌ ଓ ହ୍ରିତିକ ରୋଶନ ଅଛନ୍ତି। ଏହି ଫିଲ୍ମଟି ୨୦୧୭ରେ ରିଲିଜ ହୋଇଥିବା ତାମିଲ ଫିଲ୍ମ ‘ବିକ୍ରମ ବେଧା’ର ରିମେକ୍‌। ଏଥିରେ ଆର୍‌ ମାଧବନ୍‌ ଓ ବିଜୟ ସେତୁପତି ଲିଡ୍‌ ରୋଲରେ ଥିଲେ। ଏହି ଫିଲ୍ମକୁ ପୁଷ୍କର ଗାୟତ୍ରୀ ନିର୍ଦ୍ଦେଶନା ଦେଇଛନ୍ତି। ଏହା ଏକ ଆକ୍ସନ-ଥ୍ରୀଲର ମୁଭି।

Show More

Related Articles

Back to top button