Breaking PLUSଅପରାଧଆଇନ କାନୁନମୁଖ୍ୟ ଖବର

ପୁଣି ରାଜଧାନୀରେ ଛାତ୍ରଙ୍କ ଆତ୍ମହତ୍ୟା

ଭୁବନେଶ୍ୱର : ପୁଣି ଭୁବନେଶ୍ୱର ରାଜଧାନୀରେ ଛାତ୍ରଙ୍କ ଆତ୍ମହତ୍ୟା । ଗୋଠପାଟଣା ଆଦ୍ୟାନ୍ତ କଲେଜରେ ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ସୂଚନାମିଳିଛି।କଲେଜ ହଷ୍ଟେଲର ଏକ ରୁମ୍‌ରୁ ଝୁଲନ୍ତା ଅବସ୍ଥାରେ ମୃତଦେହକୁ ଉଦ୍ଧାର କରାଯାଇଛି। ଉକ୍ତ ଛାତ୍ରଙ୍କ ନାଁ ସୂର୍ଯ୍ୟ ପ୍ରକାଶ ପଲାଇ। ସେ +୨ପ୍ରଥମ ବର୍ଷର ଛାତ୍ର । ଗତ କାଲି ରାତିରେ ଆତ୍ମହତ୍ୟା କରିଥିବା ସୂଚନାମିଳିଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚିବା ପୂର୍ବରୁ ତରବରିଆ ଭାବେ କବାଟ ଭାଙ୍ଗି ମୃତ ଦେହକୁ ଏମ୍ସ ନେଇଥିଲେ କଲେଜ କର୍ତ୍ତୃପକ୍ଷ । ହତ୍ୟା ସନ୍ଦେହ କରାଯାଇ ପରିବାର ପକ୍ଷରୁ ଇନ୍ ଫୋ ଭ୍ୟାଲି ଥାନାରେ ଏତଲା ଦିଆଯାଇଛି। କଲେଜକୁ ଏକ ସାଇଣ୍ଟିଫିକ ଟିମ୍ ଯାଇ ତଦନ୍ତ କରିବେ ବୋଲି ପୁଲିସ ପକ୍ଷରୁ ସୂଚନାଦିଆଯାଇଛି।

Show More

Related Articles

Back to top button