ଓଡ଼ିଶାସ୍ୱତନ୍ତ୍ର

ପୁଣି ବଢିଲା ଅଟାଦର,କେଜି ପିଛା ବୃଦ୍ଧି ପାଇଲା ଏତିକି

ପୁଣି ବଢିଲା ଅଟାଦର । ଏଥିସହିତ ଗହମରୁ ପ୍ରସ୍ତୁତ ହେଉଥିବା ମଇଦା, ସୁଜି ଓ ଦଲିଆ ମଧ୍ୟ ମହଙ୍ଗା ହୋଇଛି । ଅଟା କେଜି ପିଛା ୫ ଟଙ୍କା ମହଙ୍ଗା ହୋଇଥିବା ବେଳେ କେଜି ପିଛା ୩ରୁ ୫ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି ମଇଦା, ସୁଜି ଓ ଦଲିଆ ଦର ।

ବଜାର ବିଶେଷଜ୍ଞଙ୍କ ଅନୁସାରେ ,ଖୋଲା ବଜାରରେ ଗହମର ଅଭାବ ଏପରି ପରିସ୍ଥିତି ସୃଷ୍ଟି କରିଛି।ସରକାର ଖୋଲା ବଜାରକୁ ଗହମ ଯୋଗାଣ ବନ୍ଦ କରିଦେଇଛନ୍ତି। ଏଣୁ ବ୍ୟବସାୟୀଙ୍କୁ ମହଙ୍ଗା ଦରରେ ଗହମ କ୍ରୟ କରିବାକୁ ପଡୁଥିବାରୁ ଏପରି ମୂଲ୍ୟ ବୃଦ୍ଧି ହୋଇଛି। ଚଳିତବର୍ଷ ହୋଲି ପରଠାରୁ ବଜାରରେ ଅଟା ମହଙ୍ଗା ହେଲାଣି। କଥା ହେଉଛି ଦେଶରେ ଗହମ ଅମଳ ପୂର୍ବରୁ ହିଁ ଋଷିଆ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହୋଇଯାଇଥିଲା। ଏଣୁ କେବଳ ଭାରତ ନୁହେଁ ସାରା ବିଶ୍ୱ ବଜାରରେ ଗହମ ଦର ବଢିବାରେ ଲାଗିଥିଲା। ଏଣୁ ଏହାର ପ୍ରଭାବ ମଧ୍ୟ ଭାରତୀୟ ବଜାରରେ ପଡିଥିଲା।

Show More

Related Articles

Back to top button