ଦେଶ ବିଦେଶପାଣିପାଗ

ପୁଣି ଆଫଗାନିସ୍ତାନରେ ଭୂକମ୍ପ ଅନୁଭୂତ,୪.୨ ତୀବ୍ରତା ରେକର୍ଡ

ପୁଣି ଭୟଙ୍କର ଭୂକମ୍ପରେ ଥରିଲା ଆଫଗାନିସ୍ତାନ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ରେକର୍ଡ କରାଯାଇଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭୂକମ୍ପ ଫଳରେ କୌଣସି କ୍ଷୟକ୍ଷତିର ହୋଇଥିବାର ସୂଚନା ମିଳିନାହିଁ।

ସୂଚନା ଅନୁଯାୟୀ,ଶନିବାର ୪.୫୪ ମିନିଟ୍‌ରେ ଆଫଗାନିସ୍ତାନର ଫାୟାଜବାଦରେ ଏହି ଭୂକମ୍ପ ଅନୁଭୂତ ହୋଇଛି ।  ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୪.୨ ରେକର୍ଡ ହୋଇଛି। ସେହିପରି ଆକ୍ଷାଂଶ ୩୬.୪୬ ହୋଇଥିବା ବେଳେ ଦ୍ରାଘିମା ୭୧.୪୨ ରହିଛି। ତେବେ ଏହି ଭୂକମ୍ପ ଫଳରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ।

Show More

Related Articles

Back to top button