
ପୁଣି ଭୟଙ୍କର ଭୂକମ୍ପରେ ଥରିଲା ଆଫଗାନିସ୍ତାନ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ରେକର୍ଡ କରାଯାଇଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭୂକମ୍ପ ଫଳରେ କୌଣସି କ୍ଷୟକ୍ଷତିର ହୋଇଥିବାର ସୂଚନା ମିଳିନାହିଁ।
ସୂଚନା ଅନୁଯାୟୀ,ଶନିବାର ୪.୫୪ ମିନିଟ୍ରେ ଆଫଗାନିସ୍ତାନର ଫାୟାଜବାଦରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୪.୨ ରେକର୍ଡ ହୋଇଛି। ସେହିପରି ଆକ୍ଷାଂଶ ୩୬.୪୬ ହୋଇଥିବା ବେଳେ ଦ୍ରାଘିମା ୭୧.୪୨ ରହିଛି। ତେବେ ଏହି ଭୂକମ୍ପ ଫଳରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ।